Site icon ଆଜିକାଲି

ବିଜେଡିର ମିଶ୍ରଣ ପର୍ବ : ଅନୁଗୁଳର ବରିଷ୍ଠ ନେତା ଦୁର୍ଗାମାଧବଙ୍କ ଘର ବାହୁଡ଼ା

ଭୁବନେଶ୍ବର -ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ଅନୁଗୁଳ ବ୍ଲକର ବରିଷ୍ଠ ନେତା ଦୁର୍ଗାମାଧବ ପ୍ରଧାନଙ୍କ ଘର ବାହୁଡା ହୋଇଛି । ନିଜ ସମର୍ଥକଙ୍କ ସହ ବିଜେପି ଛାଡି ବିଜେଡିର ମିଶିଛନ୍ତି ଦୁର୍ଗାମାଧବ ପ୍ରଧାନ। ବରିଷ୍ଠ ବିଜେଡି ନେତା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ଦୁର୍ଗାଙ୍କ ଘର ବାହୁଡା ଦ୍ବାରା ଅନୁଗୁଳ ଜିଲ୍ଲାରେ ବିଜେଡିର ଆହୁରି ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ପ୍ରତାପ ଜେନା । ଦୁର୍ଗା ୧୮ ବର୍ଷ ଧରି ବିଜେଡି ବ୍ଲକ ସଭାପତି ଥିଲେ । ସେ ଜଣେ ଦୃଢ଼ ସଂଗଠକ। ୩ଥର ସମିତି ସଭ୍ୟ, ଥରେ ସରପଞ୍ଚ ଥିଲେ ଦୁର୍ଗା । ୨୦୨୨ ପଂଚାୟତ ନିର୍ବାଚନରେ ଦୁର୍ଗାମାଧବ ପ୍ରଧାନ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ଏବେ ତାଙ୍କର ଘର ବାହୁଡା ହୋଇଛି। ବିଜେପି ଛାଡି ପୁଣି ଥରେ ବିଜେଡିରେ ମିଶିଛନ୍ତି। ତାଙ୍କୁ ଦଳରେ ସ୍ୱାଗତ କରୁଛୁ ବୋଲି କହିଛନ୍ତି ପ୍ରତାପ । ବିଜେଡିକୁ ଫେରି ଏବେ ସେ ବହୁତ ଖୁସି ବୋଲି ଦୁର୍ଗାମାଧବ କହିବା ସହ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ କାମକୁ ଗାଁ ଗାଁରେ ସଫଳ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବେ ବୋଲି କହିଛନ୍ତି ଦୁର୍ଗାମାଧବ ।

Exit mobile version