Site icon ଆଜିକାଲି

ତେଲକୋଇ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାଥୀ ହେଲେ ମାଧବ ସର୍ଦାର ସର୍ଦ୍ଦାର

କେନ୍ଦୁଝର, ଆଜି ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ପ୍ରାଥୀ ଭାବରେ ଶ୍ରୀଯୁକ୍ତ ମାଧବ ସର୍ଦ୍ଦାର ଙ୍କର ନାମ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୀର୍ଘ ଅପେକ୍ଷା ର ଅନ୍ତ ପରେ ମାଧବ ସର୍ଦ୍ଦାରଙ୍କ ନାମ ତେଲକୋଇ ପାଇଁ ଘୋଷଣା କରିଛି ଦଳ। ପୂର୍ବରୁ ଶ୍ରୀ ସର୍ଦ୍ଦାର କେନ୍ଦୁଝର ରୁ ଲୋକସଭା କୁ ମଧ୍ୟ ପ୍ରତିନିଧିତ୍ୱ କରିବାର ସୌଭାଗ୍ୟ ପାଇଥିଲେ। ଏହି ଦୃଷ୍ଟି ରୁ କେନ୍ଦୁଝର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ରେ ତାଙ୍କର ସମର୍ଥକ ଥିବାରୁ ହୁଏତ ବିଜେଡି ତାଙ୍କୁ ତେଲକୋଇ ରୁ ବିଧାୟକ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନେଇଥାଇପାରେ ବୋଲି ରାଜନୀତି ମହଲରେ ଚର୍ଚା ହେଉଛି। ବର୍ତ୍ତମାନ ଶ୍ରୀ ସର୍ଦ୍ଦାର ବିଜୁ ଜନତା ଦଳ କେନ୍ଦୁଝର ଜିଲ୍ଲା ର ଜିଲ୍ଲା ସଭାପତି ଭଳି ଗୁରୁଦାୟିତ୍ୱ ତୁଲାଉଥିବାରୁ ତାଙ୍କ ଉପରେ ଭରସା କରିଛି ବିଜେଡି। ଶ୍ରୀ ସର୍ଦ୍ଦାର ଙ୍କ ନାମ ଘୋଷଣା ହେବା ପରେ ତାଙ୍କୁ ଦଳୀୟ ସମର୍ଥକ ଙ୍କ ଶୁଭେଚ୍ଛା ର ସୁଅ ଛୁଟିଛି।

Exit mobile version