Site icon ଆଜିକାଲି

୬ଜିଲାର ନୂଆ ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ବର: ଆଜି ୬ଜିଲାର ନୂଆ ବିଜେଡି ସଭାପତି ନିଯୁକ୍ତ କରାଯାଇଛି। ଢେଙ୍କାନାଳ ଜିଲାର ବିଜେଡି ସଭାପତି ନୃସିଂହ ଚରଣ ସାହୁ ହୋଇଥିବା ବେଳେ ଦେବୀ ପ୍ରସାଦ ଭୁତିଆଙ୍କୁ ଢେଙ୍କାନାଳ ଜିଲାର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି।

ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଝିହ୍ନା ହିକ୍‌କା କୋରାପୁଟ ଜିଲା ସଭାପତି ହୋଇଥିବା ବେଳେ ପ୍ରଶାନ୍ତ ଗୁପ୍ତାଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ପ୍ରଭାସ କୁମାର ସିଂହକୁ ବରଗଡ଼ ଜିଲା ସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ସୁଶାନ୍ତ ମହାପାତ୍ର (ଜାପାନୀ)ଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ, ହଲୁ ମୁଣ୍ଡାରିଙ୍କୁ ରାଉରକେଲାର ଜିଲା ସଭାପତି ଭାବେ ନିଯୁକ୍ତ କରାଯାଇଛି। ରବି ସିଂହକୁ ଝାରସୁଗୁଡ଼ାର ଜିଲା ସଭାପତି ଦାୟିତ୍ବ ଦିଆଯାଇଛି। ଏହି ନୂଆ ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।

FacebookTwitterLinkedinWhatsapp
Exit mobile version