Site icon ଆଜିକାଲି

ବିଜେପି ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ଫେରାଦ ହେଲା ବିଜେଡି ଟିମ୍

ଭୁବନେଶ୍ୱର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ପ୍ରଚାର ଜୋର୍ ଧରିଥିବା ବେଳେ ବିଭିନ୍ନ ଦଳ ମଧ୍ୟରେ ଆରୋପ- ପ୍ରତ୍ୟାରୋପ ଦେଖିବାକୁ ମିଳିଛି । ବିଜେଡିର ଏକ ଟିମ୍ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ବିଜେପି ନେତ୍ରୀ କୁସୁମ ଟେଟେଙ୍କ ବିରୋଧରେ ଫେରାଦ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନରେ ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଅଭିଯୋଗ ନେଇ ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ଟିମ୍ ।

ପୋଷ୍ଟର ଚିରିବା ସହ ଦଳୀୟ କର୍ମୀଙ୍କୁ ବିଜେପି କର୍ମୀମାନେ ଗୋଡେଇ ଗୋଡେଇ ପିଟିଥିବା ଅଭିଯୋଗ କରିଛି ବିଜେଡି । ବିଜେଡି ପ୍ରାର୍ଥୀଙ୍କୁ ଜାତିଆଣ ଆକ୍ଷେପ କରାଯାଇଥିବା ନେଇ ବି ଦଳ ଅଭିଯୋଗ କରିଛି ।

Exit mobile version