Site icon ଆଜିକାଲି

୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ରାଜନୈତିକ ଖସଡା

ଭୁବନେଶ୍ବର : ଆସନ୍ତା ୧୪ ତାରିଖରେ ବସିବ ବିଜେଡିର କାର୍ଯ୍ୟକାରିଣୀ ବୈଠକ । ବୈଠକରେ ଆଗାମୀ ରାଜନୈତିକ ଖସଡା ପ୍ରସ୍ତୁତ ହେବ । ୨୦୨୪ ନିର୍ବାଚନ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବ ବିଜେଡି । ୨୬ ତାରିଖରେ ପ୍ରତିଷ୍ଠା ଦିବସ ବରମୁଣ୍ଡା ପଡିଆରେ ପାଳନ ନେଇ ନିଷ୍ପତ୍ତି ହୋଇପାରେ । ଆସନ୍ତା ୨୬ ତାରିଖରେ ବିଜେଡିକୁ ୨୫ ବର୍ଷ ପୁରି ୨୬ ବର୍ଷ ହେବ । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଏଥର ପ୍ରତିଷ୍ଠା ଦିବସକୁ ଉତ୍ସବ ଭାବେ ପାଳନ କରିବାକୁ ବିଜେଡି ଯୋଜନା କରିଛି ।

ବିଜେଡି ପ୍ରତିଷ୍ଠା ଦିବସକୁ ଉତ୍ସବ ଭାବେ ଓଡିଶାବାସୀ ପାଳନ କରିବେ l ୨୬ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ନେତୃତ୍ଵ ନେଉଛନ୍ତି l ସେ ହେଉଛନ୍ତି ଅପ୍ରତିନ୍ଦ୍ବନ୍ଦୀ ନେତା l ନବୀନ ପଟ୍ଟନାୟକ ଜଣେ ବ୍ୟକ୍ତି ନୁହନ୍ତି, ସେ ଅନୁଷ୍ଠାନ l ଜନସେବା ପାଇଁ ବିଜେଡିକୁ ସବୁ ନିର୍ବାଚନରେ ଆଶୀର୍ବାଦ କରୁଛନ୍ତି ଓଡିଶାବାସୀ l ପଞ୍ଚାୟତ, ପୌର ଓ ସବୁ ଉପ ନିର୍ବାଚନରେ ଦଳକୁ ବଡ ସଫଳତା ମିଳିଛି l ଆଗକୁ ଏହି ଧାରା ଜାରି ରହିବ l

Exit mobile version