Site icon ଆଜିକାଲି

ଅନ୍ୟ ଦଳରୁ ବିତାଡିତ ନେତାଙ୍କୁ ଆପଣାଉଛି ବିଜେପି

ଭୁବନେଶ୍ୱର : ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି।ଜଣଙ୍କ ପରେ ଜଣେ ଅଭିନେତାରୁ ରାଜନେତା ସାଜିଥିବା ବ୍ୟକ୍ତିତ୍ବ ଛାଡ଼ୁଛନ୍ତି ବିଜେଡି। ଅରିନ୍ଦମ, ସିଦ୍ଧାନ୍ତ, ଆକାଶଙ୍କ ପରେ ବିଜେଡି ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଏହା ପରେ ସେମାନେ ବିଜେପିରେ ଯୋଗ ଦେଇଥିବା ନଜିର ରହିଛି।

ଏହା ପରେ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି ଯେ, ବିଜେଡି ପକ୍ଷରୁ ଆମେ ଲଗାତାର ଯାହା ଉକ୍ତି ଦେଉଥିଲୁ, ତାହା ସତ ପ୍ରମାଣିତ ହେଉଛି। ୧୪୭ ବିଧାୟକ ପ୍ରାର୍ଥୀ ପାଉନି ବିଜେପି। ବାସ୍ତବ ହେଲା, ୮୦ ଆସନ ପାଇଁ ବି ପ୍ରାର୍ଥୀ ମିଳୁନି। ୨୦୨୪ରେ ୮୦ ଆସନ ଜିତି ସରକାର କରିବାକୁ ବିଜେପି କହିଥିଲା। ଗୋଟେ ବି ଆସନ ଘୋଷଣା କରିବାରେ ସକ୍ଷମ ନୁହନ୍ତି। ଏହା ଓଡିଶା ବିଜେପିର ଅସଲ ସ୍ଥିତି।

ଓଡ଼ିଶା ବିଜେପି ନେତା କହିଥିଲେ, ଜିଲ୍ଲାକୁ ଜିଲ୍ଲା ନେତା ଯାଇଛନ୍ତି। ପ୍ରାର୍ଥୀ ଖୋଜା ହୋଇଛି, ହେଲେ ଏଯାଏଁ ଘୋଷଣା କରି ପାରିଲେ ନାହିଁ। ଓଡ଼ିଶା ବିଜେପି ପାଖରେ ପ୍ରାର୍ଥୀ ନଥିବାରୁ, ଅନ୍ୟ ଦଳରୁ ବିତାଡିତ ନେତା, ଅନ୍ୟ ଦଳରୁ ଟିକେଟ ପାଉଥିବା ନେତା, ଅପରାଧୀ ରେକର୍ଡ ନେତାଙ୍କୁ ନିଜ ଦଳକୁ ଆପଣାଇ ନେଉଛନ୍ତି। ଯେବେ ଏହି ତାଲିକା ଭରିବ, ସେତେବେଳେ ଘୋଷଣା କରିବେ। ଗାଁ ଗଣ୍ଡାରେ ପ୍ରାର୍ଥୀ ଖୋଜା ଆରମ୍ଭ କରିଛି ବିଜେପି। ବସଷ୍ଟାଣ୍ଡ, ରେଳ ଷ୍ଟାଣ୍ଡରୁ ପ୍ରାର୍ଥୀ ଖୋଜୁଛନ୍ତି। ଲୋକେ ଜାଣି ସାରିଲେଣି ଯେ ତାଙ୍କ ପାଖରେ ପ୍ରାର୍ଥୀ ନାହିଁ। ଅନ୍ୟ ଦଳରୁ ବିତାଡିତ ନେତାଙ୍କୁ ବିଜେପି ଆପଣାଉଛି ବୋଲି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର କହିଛନ୍ତି।

Exit mobile version