କେନ୍ଦୁଝର, କେନ୍ଦୁଝର ସହରର ମଣ୍ଡୁଆ ସ୍ଥିତ ସଂସ୍କୃତି ଭବନ ଠାରେ ମଙ୍ଗଳବାର କେନ୍ଦୁଝର ନଗର ମଣ୍ଡଳ ବିଜେପି ପକ୍ଷରୁ ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଜନସଭା ଅନୁଷ୍ଠିତ ହୋଇଯାଇଛି । ନଗର ମଣ୍ଡଳର ସଭାପତି ବିଶ୍ଵଜିତ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଜନସଭା କୁ ଅତିଥିଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦଶ୍ୟା କିରଣବାଳା ନାୟକ, ସଦର ବିଧାନସଭାର ପ୍ରଭାରୀ ରାମ ଚନ୍ଦ୍ର ସାହୂ,ଜିଲ୍ଲା ସମ୍ପାଦକ ଶିବ କୁମାର ରାଠୋର,ସମବାୟ ସଂସ୍ଥାର ଜିଲ୍ଲା ସଂଯୋଜକ ଅଜୟ କୁମାର ସାହୁ,ପୂର୍ବତନ ଜିଲ୍ଲା ସଭାପତି ଅଶ୍ୱିନୀ ପଟ୍ଟନାୟକ, ନଗର ମଣ୍ଡଳର ପ୍ରଭାରୀ ଦିଲ୍ଲୀପ କୁମାର ପଣ୍ଡା ଓ କାଉନସିଲର ମାନେ ଉପସ୍ଥିତ ଥିଲେ ସଭା ପରିଚାଳନା କରିଥିଲେ ଭାରତୀୟ ଜନତା ପାର୍ଟି ସଦର ବିଧାନସଭାର ସଂଯୋଜକ ବିବେକାନନ୍ଦ ମହାନ୍ତ । ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । କେନ୍ଦୁଝର ନଗର ମଣ୍ଡଳର ବିଭିନ୍ନ ବୁଥ ସ୍ତର କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ ।