Site icon ଆଜିକାଲି

କେନ୍ଦୁଝର ନଗର ମଣ୍ଡଳ ବିଜେପି ର ଗାଁ କୁ ଚାଲ ଅଭିଯାନ

କେନ୍ଦୁଝର, କେନ୍ଦୁଝର ନଗର ମଣ୍ଡଳ ବିଜେପି ତରଫରୁ ସହରର ରୋଟାଆରି ଭବନ ଠାରେ ଗାଁ କୁ ଚାଲ ଅଭିଯାନ ର ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳା ବିଜେପି ନଗର ମଣ୍ଡଳ ର ସଭାପତି ବିଶ୍ୱଜିତ ତ୍ରିପାଠୀ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ଅତିଥି ଭାବେ କେନ୍ଦୁଝର ବିଧନସାଭ କ୍ଷେତ୍ର ସଂଯୋଜକ ବିବେକାନନ୍ଦ ମହାନ୍ତ,ନଗର ପାଳ ନିକୁ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ,କେନ୍ଦୁଝର ନଗର ପ୍ରଭାରୀ ଦିଲ୍ଲୀପ କୁମାର ପଣ୍ଡା,ଜିଲ୍ଲା କୋଷାଧକ୍ଷ ଶିବ କୁମାର ରାଠୋର ଉପସ୍ଥିତ ରହି ୨୦୨୪ ନିର୍ବାଚନ ପାଇଁ ସାଙ୍ଗଠନ କୁ କିଭଳି ମଜବୁତ କରାଯାଇ ପାରିବ ସେନେଇ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ। ଆଗାମୀ ୧୧ତାରିଖ ପର୍ଯ୍ୟନ୍ତ ବିଜେପି ର କାର୍ଯ୍ୟକର୍ତ୍ତା ଗାଁ କୁ ଚାଲ ଅଭିଯାନ ମାଧ୍ୟମରେ ଘରକୁ ଘର ବୁଲି କେନ୍ଦ୍ର ସରକାର ଙ୍କ ଯୋଜନା ସମ୍ପର୍କରେ ଭୋଟର ମାନଙ୍କୁ ଅବଗତ କରାଇବେ ବୋଲି ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ କହିଥିଲେ। ନଗର ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର ମଞ୍ଚ ପରିଚାଳନା କରିଥିଲେ।

Exit mobile version