Site icon ଆଜିକାଲି

ବିଜେପି ର ଭୋଟର ସଚେତନତା କାର୍ଯ୍ୟକ୍ରମରାଜ୍ୟ ସରକାର ଙ୍କ ଅପାରଗତାକୁ ନେଇ ଲୋକଙ୍କ ପାଖକୁ ଯିବେ ବୋଲି କହିଛନ୍ତି ଭୃଗୁ ବକ୍ସିପାତ୍ର

କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଭାଜପା ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ଭୋଟର ସଚେତନତା ମହା ଅଭିଯାନ ଆରମ୍ଭ ହେବ। ଏହି ଅବସରରେ ପୂର୍ବତନ ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର କେନ୍ଦୁଝର ଗସ୍ତରେ ଆସି ପଂଚାୟତସ୍ତରରେ ଏହି କାର୍ଯ୍ୟକ୍ରମ କିପରି ଚାଲିବ ସେ ନେଇ ଆଲୋଚନା କରିଥିଲେ। ଭୋଟର ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୨୫ ଏବଂ ୨୬ ତାରିଖରେ ଅନୁଷ୍ଠିତ ହେବ । ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଘରକୁ ଘର ବୁଲି ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ଭୋଟରମାନଙ୍କ ପାଖରେ ପହଁଚି ତାଙ୍କ ଭୋଟର କଡରେ ତ୍ରୁଟି ଥିଲେ ସଂଶୋଧନ କରିବା,ନୂଆ ଭୋଟର ଙ୍କୁ ସଚେତନ କରି ନୂତନ ଭୋଟର ତାଲିକା ରେ ଯୋଗ କରିବାରେ ସହଯୋଗ କରିବାକୁ ନିଷ୍ପତି ନିଆଯାଇଥିଲା। ଏଥିରେ ଜିଲ୍ଲାର ମଣ୍ଡଳ ସଭାପତି,ଜିଲ୍ଲା ପଦାଧିକାରୀ,କାର୍ଯ୍ୟକାରିଣୀ ସଦସ୍ୟ, ଦଳୀୟ ନେତା,କାର୍ଯ୍ୟକର୍ତାମାନଙ୍କ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୩ ତାରିଖ ଠାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାରର ୬ ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତ୍ଯେକ ପଂଚାୟତ ଏବଂ ପୌରପାଳିକାରେ ରାଜ୍ୟ
ସରକାର, କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ପ୍ରଶାସନ ରେ ହେଉଥିବା ଦୂର୍ନିତୀଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଆନ୍ଦୋଳନ କରାଯିବ । କେନ୍ଦ୍ର ସରକାରଙ୍କ ସବୁ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ
ଯୋଜନା,ରାସନ କାର୍ଡ ଆବଂଟନ,ଚାଉଳ ବଂଟନ,ବୟସ୍କ ଲୋକଙ୍କ ପେନସନ ରେ ହରିଲୁଟ ହେଉଛି। ଏଠାକାର ଶାସନ ବ୍ୟବସ୍ଥାରେ ଥିବା ଅଧିକାରୀମାନେ ବହୁ ବର୍ଷ ବର୍ଷ ଧରି ରହିଛନ୍ତି। ନୂଆ ନୂଆଁ ପ୍ରଣାଳୀରେ ଖସଡା ପ୍ରସ୍ତୁତ କରାଯାଇ କେନ୍ଦୁଝର ଜିଲ୍ଲାରେ ସରକାରୀ ଅର୍ଥ ହରିଲୁଟ ହେଉଛି । ଏଥିପାଇଁ ବିଜେପିପକ୍ଷରୁ ଜନ ଆନ୍ଦୋଳନ କରାଯିବ। ଏହି ଜନ ଆନ୍ଦୋଳନକୁ ପାଥେୟ କରି ସାଧାରଣ ଭୋଟର ଙ୍କ ପାଖକୁ ଦଳ ଯିବ ବୋଲି କହିଥିଲେ । ଏହି ଅବସରରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ପ୍ରେସ ମିଟରେ ସେ ଯୋଗ ଦେଇ ଶ୍ରୀ ବକ୍ସିପାତ୍ର କାର୍ଯ୍ୟକ୍ରମର ରୂପରେଖ ବିଷୟରେ ସୂଚନା ଦେଇଥିଲେ। ବିଶେଷ କରି ରାଜ୍ୟ ସରକାରଙ୍କ ବିଭିନ୍ନ
କ୍ଷେତ୍ରରେ ହୋଇଥିବା ଦୂର୍ନିତୀକୁ ଲୋକମାନଙ୍କ ପାଖରେ ପହଁଚାଇବା ପାଇଁ ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରାଯିବ ବୋଲି କହିଥିଲେ ।

Exit mobile version