Site icon ଆଜିକାଲି

ଧାନମଣ୍ଡୀ ରେ ଦୁର୍ନୀତି ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବିକଲା କୃଷକ ମୋର୍ଚ୍ଚା

କେନ୍ଦୁଝର, କେନ୍ଦୁଝର ଜିଲ୍ଲା ରେ ଚଳିତ ଖରିଫ ଧାନ କିଣା ପାଇଁ ଡିସେମ୍ବର ୧୪ ତାରିଖ ଠାରୁ ୯୦ ଧାନମଣ୍ଡୀ ରେ ଆରମ୍ଭ ହୋଇଛି। ଧାନ କିଣା ପାଇଁ ହୋଇଥିବା ପଞ୍ଜି କରଣ ରେ ୬୩ ହଜାର ପ୍ଲଟ୍ ଜାଲିଆତି ହୋଇଥିବା ଜଣାପଡିଛି। ଏହି ଜାଲିଆତି କାରବାରରେ କେଉଁ ପ୍ରଶାସନିକ ଅଧିକାରୀ ମାନେ ସମ୍ପୃକ୍ତ ଅଛନ୍ତି ତାକଂ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଆଜି କେନ୍ଦୁଝର ସହର ସ୍ଥିତ ରୋଟାରୀ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ କେନ୍ଦୁଝର ଜିଲ୍ଲା ର ଧାନମଣ୍ଡୀ ପରିଦର୍ଶନ କରିବା ସମୟରେ ଚାଷୀ ମାନଙ୍କ ତରଫରୁ ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୧୦ କିଲୋ କଟା ଯାଉଥିବା ଓ ଚାଷୀ ମାନଙ୍କୁ ବସ୍ତା ଦିଆଯାଉନଥିବା ଅଭିଯୋଗ କରିଥିଲେ। ଏବିଷୟରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଜାନୁଆରୀ ୩ ତାରିଖ କେନ୍ଦୁଝର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ସହିତ ଆଲୋଚନା କରାଯାଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ତରଫରୁ କୈଣସି ପଦକ୍ଷେପ ନିଆଯାଇନଥିବାରୁ ରାଜ୍ୟ ସଭାପତି ମହେଶ୍ଵର ସାହୁ ଉଦବେଗ ପ୍ରକାଶ କରିବା ସହିତ ନିନ୍ଦା କରିଛନ୍ତି । ଏବିଷୟରେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମହେଶ୍ଵର ସାହୁ ଚେତାବନି ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା କେନ୍ଦୁଝର ଜିଲ୍ଲାର ଜିଲ୍ଲା ସଭାପତି ଭାଗିରଥି ସିଂ, ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ହରିହର ମହାନ୍ତ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ସତ୍ୟବ୍ରତ ନାୟକ, ବିଜେପି ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟା କିରଣବାଲା ନାଏକ, ବିଜେପି ପୂର୍ବତନ ସଭାପତି ରାଧାକାନ୍ତ ମହାନ୍ତ, ନାରୀ ନେତ୍ରୀ ଶ୍ରୀମତୀ ସାବିତ୍ରୀ ବିଶ୍ବାଲ, ପ୍ରିୟବ୍ରତ ଜେନା, ଅସିତ୍ ନନ୍ଦନ ମହାନ୍ତି,ଜିଲ୍ଳା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ,ସୁବ୍ରତ ମହାନ୍ତି, ସରୋଜ ସାହୁ ଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

FacebookTwitterLinkedinWhatsapp
Exit mobile version