କେନ୍ଦୁଝର, କେନ୍ଦୁଝର ଜିଲ୍ଲା ରେ ଧାନର ଅଭାବୀ ବିକ୍ରି ଓ ଧାନମଣ୍ଡୀ ର ଅବ୍ୟବସ୍ଥା ଉପରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ବିଜେପି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାର ନଭେମ୍ବର ୧ ତାରିଖ ଠାରୁ ସାରା ରାଜ୍ୟରେ ଧାନମଣ୍ଡୀ ଖୋଲିବା ପାଇଁ ଘୋଷଣା କରିଥିଲେ। କିନ୍ତୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଡିସେମ୍ବର ୧୩ ତାରିଖ ଦିନ ଧାନମଣ୍ଡୀ ଖୋଲିବା ପାଇଁ ଘୋଷଣା କରିଥିଲେ। ଧାନମଣ୍ଡୀ ଖୋଲିବା ବିଳମ୍ବ ଯୋଗୁ ଚାଷୀ ବାଧ୍ୟ ହୋଇ କେନ୍ଦୁଝର ଜିଲ୍ଲା ରେ ଧାନ କୁଇଣ୍ଟାଲ ପ୍ରତି ୧୪ ଶହ ରୁ ୧୫ ଶହ ଟଙ୍କା ରେ ବିକ୍ରି କରୁଛନ୍ତି। ଯଦି ସରକାର ଜିଲ୍ଲାର ଚାଷୀ ମାନଙ୍କ ପାଖରୁ ଧାନ କିଣୁଛନ୍ତି ମିଲର ମାନଙ୍କ ପାଖରେ ପ୍ରଚୁର ଧାନ ଗଚ୍ଛିତ ହେଲାଣି । ତେବେ ଏହି ଧାନ ମିଲ ମାଲିକ ମାନେ କେଉଁଠାରୁ ଆଣିଲେ ଏଭଳି ଅଭିଯୋଗ ଓ ପ୍ରଶ୍ନ ଉଠାଇଛି ବିଜେପି କୃଷକ ମୋର୍ଚା । ତାହାର ଜବାବ ସରକାର ଓ ଜିଲ୍ଲା ପ୍ରଶାସନ ଦିଅନ୍ତୁ ବେଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଗଣମାଧ୍ୟମ ମାଧ୍ୟମରେ ପ୍ରଶ୍ନ କରିଛନ୍ତି। କେନ୍ଦୁଝର ଜିଲ୍ଲାରେ ବିଳମ୍ବରେ ଖୋଲିଥିବା ଧାନମଣ୍ଡୀ ମାନଙ୍କରେ ମିଲର ମାନଙ୍କର ଦାଦାଗିରି ଚାଲିଛି। ଧାନ କୁଇଣ୍ଟାଲ ପ୍ରତି ୫ କିଲୋ ରୁ ୧୦ କିଲୋ ପର୍ଯ୍ୟନ୍ତ କଟନି ଛଟନି କରି ଚାଷୀକୁ ଶୋଷଣ କରାଯାଉଛି। ଚାଷୀ କୁ ତାର ବସ୍ତା ଟଙ୍କା ମିଳୁନାହିଁ। ଧାନମଣ୍ଡି ରେ ଚାଷୀ ମାନଙ୍କର ବିଶ୍ରାମ ନେବା ପାଇଁ ଘର ନାହିଁ, ଶୈଚ ହେବା ପାଇଁ ପାଇଖାନା ନାହିଁ, ପିଇବା ପାଇଁ ସ୍ଵଚ୍ଛ ପାଣି ବ୍ୟବସ୍ଥା ନାହିଁ, ଧାନକୁ ସୁରକ୍ଷିତ ରଖିବା ପାଇଁ ଗୋଦାମ ଘର ନାହିଁ, ପାଚେରୀ ନିର୍ମାଣ ହେଇନାହିଁ, ନାହିଁ ନାହିଁ ରେ ଚାଲିଛି କେନ୍ଦୁଝର ଜିଲ୍ଲା ରେ ଧାନମଣ୍ଡୀ ବେଲି ସଭାପତି ମହେଶ୍ଵର ସାହୁ ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ଚାଷୀ ମାନଙ୍କର ଆୟ କୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି କିନ୍ତୁ ଦେଶ ସାରା ସବୁ ରାଜ୍ୟ ଚାଷୀ ମାନେ ଏହାର ଲାଭ ପାଉଥିଲା ବେଳେ ଓଡିଶାର ଚାଷୀ ଏଥିରୁ ବଞ୍ଚିତ ହେଉଛନ୍ତି। ଦୀର୍ଘ ୨୪ ବର୍ଷ ନବୀନ ପଟ୍ଟନାୟକ ସରକାରରେ ଚାଷୀ ଆୟ ଜାତୀୟ ଗଣନାରେ ମାସିକ ମାତ୍ର ୫ ହଜାର ଟଙ୍କା, ଦେଶର ସବୁଠାରୁ ତଳେ। ଧାନମଣ୍ଡୀ ର ଉନ୍ନତି ଲାଗି କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଦେଉଛନ୍ତି କିନ୍ତୁ କେନ୍ଦୁଝର ଜିଲ୍ଲା ରେ ଧାନମଣ୍ଡୀ ର ଅବ୍ୟବସ୍ଥା ଓ ଅବସ୍ଥା ବିଷୟରେ ନକହିବା ଭଲ। ରାଜ୍ୟ ସରକାର ତୁରନ୍ତ ଏହି ସବୁ ସମସ୍ୟା ର ତୁରନ୍ତ ସମାଧାନ କରିବା ସହିତ ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ଓ ହେରଫେର ବନ୍ଦ କରିବା ସହିତ ସିବିଆଇ ତଦନ୍ତ କରିବା ପାଇଁ ଶ୍ରୀ ମହେଶ୍ଵର ସାହୁ ଦାବୀ କରିଛନ୍ତି। ନହେଲେ ଆଗାମୀ ଦିନରେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ବ୍ୟାପକ ଭାବେ କୃଷକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଜେପି ଜିଲ୍ଳା ସଭାପତି ରାଧାକାନ୍ତ ମହାନ୍ତ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ହରିହର ମହାନ୍ତ ଓ କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।