Site icon ଆଜିକାଲି

ବିଜେପି କୃଷକ ମୋର୍ଚାର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

କେନ୍ଦୁଝର, ବିଜେପି କୃଷକ ମୋର୍ଚ୍ଚା କେନ୍ଦୁଝର ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ସଭାପତି ଭାଗିରଥି ସିଂ ଙ୍କ ଅଧକ୍ଷତା ରେ “ଜିଲ୍ଲାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ” ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବିଜେପି ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ପୂର୍ବତନ ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିକ୍ରମ କେଶରୀ ରାଉତରାୟ, ଜୈବିକ କୃଷି ରାଜ୍ୟ ସଂଯୋଜକ ଡ଼ା. ଜଗନ୍ନାଥ ମହାପାତ୍ର, ଜଳସେଚନ ସଂଯୋଜକ ଜନାର୍ଦନ ଦଳବେହେରା, ଆର ଟି ଆଇ ସଂଯୋଜକ ହରିହର ମହାନ୍ତ, ସାମାଜିକ ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଧାକର ସାହୁ, ଜିଲ୍ଲା ପ୍ରଭାରୀ ଶଙ୍କର୍ଷଣ ଜେନା, ଭଦ୍ରକ ପ୍ରଭାରୀ ଶ୍ରୀଧର ସାହୁ, ବଣେଇ ପ୍ରଭାରୀ ସତ୍ୟବ୍ରତ ନାଏକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଖିଳ ଚନ୍ଦ୍ର ନାଏକ, ପୂର୍ବତନ କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିବେକାନନ୍ଦ ମହାନ୍ତ ଯୋଗ ଦେଇ ଜିଲ୍ଲା ର ସମସ୍ତ ପଦାଧିକାରୀ, ମଣ୍ଡଳ ସଭାପତି ଏବଂ ବିଭିନ୍ନ ଅଞ୍ଚଳ ର ଚାଷୀ ଙ୍କ ଉପସ୍ଥିତି ରେ ୨୦୦ରୁ ଉର୍ଦ୍ଧ ସଂଖ୍ୟରେ କର୍ମୀ ଉପସ୍ଥିତ ଥିଲେ । ଚାଷୀଙ୍କ ସୁବିଧା ନିମନ୍ତେ ପ୍ରତେକ ବ୍ଲକ ରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରତିଶୃତି କେବେ ପୂରଣ ହେବ, ଜମିକୁ ଜଳସେଚନ, ଚାଷ ଜମିରେ ହାତୀ ଉପଦ୍ରବ ଏବଂ ଚକଡା ପୋକ ସଂକ୍ରମଣ, ଧାନ ମଣ୍ଡି ସମସ୍ୟା ଆଦିର ସମାଧାନ ଦାବିରେ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ କାର୍ଯ୍ୟକାରିଣୀ ରେ ନିଷ୍ପତ୍ତି ହୋଇଛି । ମୋଦି ସରକାର ର ୯ ବର୍ଷ ର ସଫଳତା ତଥା ପିଏମ କିସାନ ସମ୍ମାନ ନିଧି, ପିଏମ ଫସଲ ବୀମା ଯୋଜନା, ଧାନ ଏମଏସପି ୨୦୪୦କୁ ବୃଦ୍ଧି କରିବା ଆଦି ବିଷୟ ଉପରେ ଆଲୋଚନା ହୋଇଥିଲା । ବାଲିବରେଇ ମଣ୍ଡଳ ର କୃଷକ ମୋର୍ଚ୍ଚା ସଭାପତି ଗଙ୍ଗାଧର ରାଉତ ନିଜର ଶିକ୍ଷକତା ରେ ଉପାର୍ଜିତ ଅର୍ଥ ୩୫ଲକ୍ଷ୍ୟ ଟଙ୍କା ବିନିମୟରେ ଜନସାଧାରଣ ଙ୍କ ଉଦେଶ୍ୟରେ ଏକ ପୋଲ ନିର୍ମାଣ ରେ ସମର୍ପଣ କରିଥିବାରୁ ତାଙ୍କୁ ମଞ୍ଚ ରେ ସମ୍ମାନିତ କରାଯାଇଥିଲା । ପରିଶେଷରେ ଜିଲ୍ଲା ଉପସଭାପତି ଜୟକୃଷ୍ଣ ମହାନ୍ତ ଧନ୍ୟବାଦ ଦେଇଥିଲେ । ଦୁଇ ସାଧାରଣ ସମ୍ପାଦକ ରାଜେଶ ସିଂହ ଓ ଯୁଧିଷ୍ଟିର ମଲ୍ଲିକ ମଂଚ ପରିଚାଳନା କରିଥିଲେ ।

Exit mobile version