Site icon ଆଜିକାଲି

ଜିଲ୍ଲାରେ ହାତୀ ଉପଦ୍ରବ ଜନିତ ବିଭିନ୍ନ କ୍ଷତି ପୂରଣ ଡିଏମଏଫ ରୁ ଭରଣା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ କଲା କେନ୍ଦୁଝର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା

କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ହାତୀ ଉପଦ୍ରବ ଜନିତ କ୍ଷତି ପୂରଣ ଡିଏମଏଫ ରୁ ଭରଣା ପାଇଁ ଜିଲ୍ଲାପାଳ ଙ୍କୁ ଦାବୀ କଲା କେନ୍ଦୁଝର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ର ନେତୃବର୍ଗ । ଆଠଟି ପ୍ରମୁଖ ଦାବୀ ମଧ୍ୟରେ ହାତୀ ଚରଣ ଭୂମିକୁ ହାତୀ ଅଭୟାରଣ୍ୟ ମାନ୍ୟତା ଦେବା ଓ ହାତୀ ଦ୍ୱାରା ଧନ ଜୀବନ ର କ୍ଷୟକ୍ଷତି ର କ୍ଷତି ପୁରଣ ତୁରଣ ଦେବା ଇତ୍ୟାଦି ରହିଛି । ଏହି କାର୍ଯ୍ୟକ୍ରମ ରେ କୃଷକ ମୋର୍ଚା ର ରାଜ୍ୟ ସଭାପତି ମହେଶ୍ୱର ସାହୁ, ଜିଲା ସଭାପତି ଭାଗିରଥି ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକାନ୍ତ ମହାନ୍ତ ଓ ଅଖିଳଚନ୍ଦ୍ର ନାଏକ,ସତ୍ୟବ୍ରତ ନାଏକ, ଶ୍ରୀଧର ସାହୁ ଭଦ୍ରକ ଜିଲ୍ଲାର ପ୍ରଭାରୀ, ଘଷିପୁରା ନିର୍ବାଚନ ମଣ୍ଡଳୀ ର ପ୍ରଭାରୀ ସୁବ୍ରତ ମହାନ୍ତି, ମହିଳା ନେତ୍ରୀ କୀରଣବାଳା ନାୟକ ଓ ସାବିତ୍ରୀ ବିଶ୍ଵାଳ, ରମେଶଚନ୍ଦ୍ର ମହାନ୍ତ, ପ୍ରସନ୍ନ କୁମାର ନାଏକ ଜିଲ୍ଲା କୋଷାଧ୍ୟକ୍ଷ,ଯୁଧିଷ୍ଠିର ମଲ୍ଲିକ, ହରିସଚନ୍ଦ୍ର ମହାନ୍ତ, ଡମ୍ବରୁଧର ମହାନ୍ତ,ବିପିନ ବିହାରୀ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଦାବୀ ଗୁଡ଼ିକ ର ସମାଧାନ ନହେଲେ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କରିବ ଜିଲ୍ଲା କୃଷକ ମୋର୍ଚା ବୋଲି ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଛନ୍ତି ।

Exit mobile version