କେନ୍ଦୁଝର, ୨୪/୨ ଶନିବାର ଦିନ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଙ୍କ ନେତୃତ୍ୱ ରେ ଜିଲ୍ଲା କାର୍ଯ୍ୟାଳୟରେ ଲାଭର୍ଥୀସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ କେନ୍ଦୁଝର ସଂସଦୀୟ କ୍ଷେତ୍ର ର ସମସ୍ତ ସାଙ୍ଗଠନିକ ମଣ୍ଡଳ ସଭାପତି ତଥା ମଣ୍ଡଳ ରେ ନିଯୁକ୍ତ ଲାଭାର୍ଥୀ ସଂଯୋଜକ ଓ ସହ ସଂଯୋଜକ ତଥା ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଲାଭାର୍ଥୀସମ୍ପର୍କ ଅଭିଯାନ ର ବିଷୟବସ୍ତୁ ସମ୍ବନ୍ଧରେ ପ୍ରଶିକ୍ଷଣ ପାଇଥିଲେ। ଉକ୍ତ କର୍ମଶାଳା ରେ କେନ୍ଦୁଝର ଲୋକସଭା ପ୍ରଭାରୀ ସଂଜୀବ ମହାନ୍ତି ଯୋଗଦେଇ ଆଗାମୀ ନିର୍ବାଚନ ରେ ଦଳ ଏକାକି କିପରି ଲୋକସଭା ନିର୍ବାଚନ ରେ ୩୭୦ସିଟ ଜିତିବା ସହ ଓଡିଶା ରେ ସରକାର ଗଢ଼ିବା ଲକ୍ଷ ହାସଲ କରିପାରିବ ସେଥିପାଇଁ ଦିନ ରାତି ପରିଶ୍ରମ କରିବା ସହିତ ଜନସମ୍ପର୍କ ସ୍ଥାପନ କରିବା ପାଇଁ ଉପଦେଶ ଦେଇଥିଲେ। ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା,କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ,ପୂର୍ବତନ ସାଂସଦ ଅନନ୍ତ ନାୟକ,ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ,ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ,ମୟୁରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ,କେନ୍ଦୁଝର ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଅଶ୍ୱିନୀ ପଟ୍ଟନାୟକ ଏବଂ ରାଧାକାନ୍ତ ମହାନ୍ତ,ରାଜ୍ୟ ପ୍ରବକ୍ତା ବିରଜା ମିଶ୍ର,କେନ୍ଦୁଝର ନଗରପାଳ ନିକୁ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ,ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ପ୍ରାର୍ଥୀ ଆଲୋକ ସେଠି, ଜିଲ୍ଲାର ସାଧାରଣ ସମ୍ପାଦକ ଶୁକଦେବ ମହାନ୍ତ, ଅନୁବ୍ରତ ବେହେରା ଓ ଜ୍ଞାନରଞ୍ଜନ ସାମାନ୍ତସିଂହାର ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କ ରେ ଲାଭାର୍ଥୀ ସଂଯୋଜକ ଓ ସହ ସଂଯୋଜକ ମାନେ କିପରି ଘର ଘର ଯାଇ ଲାଭାର୍ଥୀ ମାନଙ୍କୁ ବୁଝାଇବା ସହିତ ସଚେତନ କରାଇବେ ସେନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ଆଗାମୀ ନିର୍ବାଚନ ୨୦୨୪ ପାଇଁ କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟ ର ମଧ୍ୟ ଉଦଘାଟନ କରିଥିଲେ ଉପସ୍ଥିତ ଜିଲ୍ଲାର ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତା।ଲାଭାର୍ଥୀ ସମ୍ପର୍କ ଅଭିଯାନ ର ଜିଲ୍ଲା ସଂଯୋଜକ ଅଗନୁ ଚରଣ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ସାହ-ସଂଯୋଜକ ପ୍ରକାଶ ସୂତ୍ରଧର ଓ ଚପଳା ମହାକୁଡ଼ ସହଯୋଗ କରିଥିଲେ।