Site icon ଆଜିକାଲି

ବିଜେପି କେନ୍ଦୁଝର ନଗର ମଣ୍ଡଳର ବିଶେଷ କାର୍ଯ୍ୟକାରିଣୀ ଅନୁଷ୍ଠିତ

କେନ୍ଦୁଝର, (ନିପ୍ର) ବିଜେପି କେନ୍ଦୁଝର ନଗର ମଣ୍ଡଳର ବିଶେଷ କାର୍ଯ୍ୟକାରିଣୀ ଗୁଜରାଟୀ ସମାଜ ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ନଗର ସଭାପତି ବିଶ୍ଵଜିତ ତ୍ରିପାଠୀଙ୍କ ନେତୃତ୍ୱରେ ଏହି ବିଶେଷ କାର୍ଯ୍ୟକାରିଣୀ ବୈଠକରେ ଅତିଥି ରୂପେ ସଦର ବିଧାୟକ ମୋହନଚରଣ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ଶିବକୁମାର ରାଠୋର, ରାଜ୍ୟ କାର୍ଯ୍ୟକାରିଣୀ ସଦଷ୍ୟା କିରଣବାଳା ନାୟକ, ସଂସଦୀୟ କ୍ଷେତ୍ର ବିସ୍ତାରକ ଲାଲାଜି ଦୋରା, ବିଧାନସଭା କ୍ଷେତ୍ରର ବିସ୍ତାରକ ମାନସ ରଞ୍ଜନ ସା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଙ୍କ ଜନହିତକାରୀ ଯୋଜନା କୁ ସାଧାରଣ ଲୋକଙ୍କ ନିକଟରେ କିପରି ପହଂଚାଯାଇ ପାରିବ ସେନେଇ ମତବ୍ୟକ୍ତ କରିବା ସହ ଆଲୋଚନା କରିଥିଲେ । ନଗର ମଣ୍ଡଳ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର ଓ ସମ୍ପାଦକ ଦୁର୍ଗାଚରଣ ବାରିକ ମଞ୍ଚ ପରିଚାଳନା କରିଥିଲେ । ବିଧାନସଭା କ୍ଷେତ୍ରରେ ଜୁନ ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ମହା ସମ୍ପର୍କ କାର୍ଯ୍ୟକ୍ରମ ହେବ । କର୍ଯ୍ୟକର୍ତାମାନେ ବୁଥ ସ୍ଥରକୁ ଯାଇ ସାଧାରଣ ଜନତାଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରାଇବେ ।

Exit mobile version