Site icon ଆଜିକାଲି

ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ପାରମ୍ପରିକ ଗୀତ ଓ ନାଚର ତାଳେ ତାଳେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ନେତା ଓ କର୍ମୀମାନେ ସ୍ୱାଗତ କରିଥିଲେ । ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ନଡ୍ଡାଙ୍କୁ ବର୍ତ୍ତମାନ ବାଇକ ଶୋଭାଯାତ୍ରାରେ ବିଜେପି ରାଜ୍ୟ ମୁଖ୍ୟାଳୟ ପର୍ଯ୍ୟନ୍ତ ନିଆଯାଉଥିବାବେଳେ ବହୁ ସଂଖ୍ୟାରେ କର୍ମୀ ଏଥିରେ ସାମିଲ ହୋଇଛନ୍ତି ।

ଆଜି ଜନତା ମଇଦାନରେ ଆୟୋଜନ ହେବାକୁ ଥିବା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍‌ ସ୍ତରୀୟ ପ୍ରତିନିଧିଙ୍କୁ ନଡ୍ଡା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିବାବେଳେ ସମାବେଶ ପରେ ଦଳୀୟ କାର୍ଯ୍ୟାଳୟରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ବିଷୟରେ ଆଲୋଚନା କରିବେ। ରାତି ୮ଟାରେ ପୁରୀ ଅଭିମୁଖେ ଯିବେ। ପୁରୀରେ ଅଠରନଳା ଠାରେ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ରାତିରେ ପୁରୀରେ ରହିବେ। ସକାଳୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦିବଙ୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କୁ ସମବେଦନା ଜଣାଇବା ପାଇଁ ହେଲିକପ୍ଟର ଯୋଗେ ଧାମନଗର ଅଭିମୁଖେ ଯିବେ। ଧାମନଗରରୁ ଫେରି ଅଡସପୁରସ୍ଥିତ ଏସ୍‌ଭିନିରତାର୍‌ରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରୁ ଫେରି ଜନତା ମଇଦାନରେ ଆୟୋଜିତ ସଂ‌ଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବେ। କେଉଁ ମୋର୍ଚ୍ଚାର କ’ଣ ଦାୟିତ୍ବ ରହିବ ସେନେଇ ୭ଟି ମୋର୍ଚ୍ଚାର ପଦାଧିକାରୀଙ୍କୁ ନଡ୍ଡା ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି।

Exit mobile version