Site icon ଆଜିକାଲି

ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଭୁବନେଶ୍ବର : ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ତାଙ୍କୁ ସ୍ବାଗତ କରିବାକୁ ପୁରା ପ୍ରସ୍ତୁତ ରାଜ୍ୟ ବିଜେପି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ବରୀ ।

ପୁରେନ୍ଦଶ୍ୱରୀ କହିଛନ୍ତି କି, ‘‘ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ବିଜେପି ପୁରାପୁରି ପ୍ରସ୍ତୁତ । ଦଳର କାର୍ଯ୍ୟକର୍ତ୍ତା ବହୁତ ଉତ୍ସାହିତ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଆଜି (ଗୁରୁବାର) ଦିନ ପ୍ରାୟ ୧୧ ଟା ୪୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ଜନତା ମଇଦାନରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ୨୦୨୪ ନିର୍ବାଚନରେ ଦଳ କିଭଳି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହେବ। କେଉଁ ପ୍ରସଙ୍ଗକୁ ଦଳ ଅସ୍ତ୍ର କରି ନିର୍ବାଚନ ରଣକ୍ଷେତ୍ରରେ ଓହ୍ଲାଇବ । ଏହାକୁ ନେଇ ଦଳୀୟ ନେତାଙ୍କୁ ନଡ୍ଡା ମାନସ ମନ୍ଥନ କରିବେ । ରାଜ୍ୟର ସବୁ ପଞ୍ଚାୟତରୁ କର୍ମୀମାନେ ଆସିବେ ବୋଲି ରାଜ୍ୟ ପ୍ରଭାରୀ ଡି.ପୁରେନ୍ଦଶ୍ୱରୀ କହିଛନ୍ତି।

Exit mobile version