Site icon ଆଜିକାଲି

ଆଜି ବିଜେପିର ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ

ନବରଙ୍ଗପୁର : ଆଜି ୧୨ ଘଣ୍ଟିଆ ନବରଙ୍ଗପୁର ମୁନୁସିପାଲିଟି ବନ୍ଦ । ନବରଙ୍ଗପୁର ନଗରପାଳ କୁନୁ ନାୟକଙ୍କୁ ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାଶଙ୍କ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ପ୍ରତିବାଦରେ ଜିଲା ବିଜେପି ଏହି ବନ୍ଦ ପାଳନ କରୁଛି । ସକାଳ ୬ରୁ ଏହି ବନ୍ଦ ଆରମ୍ଭ ହୋଇଛି । ସହରର ବିଭିନ୍ନ ସ୍ଥାନ ଓ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ଜିଲା ବିଜେପିର କର୍ଯ୍ୟକର୍ତ୍ତା । ଯାହାଫଳରେ ସହର ଭିତର ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଏହାସହ ସହର ମଧ୍ୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦ ପାଳନ ସମୟରେ ଜରୁରୀ ସେବାକୁ ବାଦ୍ ଦିଆଯାଇଛି ।

Exit mobile version