Site icon ଆଜିକାଲି

ଭୋଲା ସିହ୍ନା ହତ୍ୟା ମାମଲା ବିଷୟରେ ଏସ୍‌ପିଙ୍କୁ ଭେଟିଲେ ବିଜେପି ପ୍ରତିନିଧ୍

କେନ୍ଦୁଝର, (ନିପ୍ର) ବଡବିଲ ଥାନା ଠାରୁ ମାତ୍ର ୨ଶହ
ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବଡବିଲ ନଗରପାଳ
ଲକ୍ଷ୍ମଣ ମହାନ୍ତଙ୍କ ଘନିଷ୍ଠ ସହଯୋଗୀ ଭୋଲା ସିହ୍ନାଙ୍କୁ ଚଳିତମାସ
୧ ତାରିଖ ଅତି ନିକଟରୁ ଗୁଳି କରି ହତ୍ୟା କରିବା ଘଟଣାରେ
ବଡବିଲ ପୁଲିସ ସୁଖବିନ୍ଦର କୌର ଓ ସାକିର ହୁସେନକୁ ଗିରଫ
କରିଥିବା ବେଳେ ଏହି ମାମଲାରେ ଜଡିତ ଝାଡ଼ଖଣ୍ଡ ରାଜ୍ୟର ଚକ୍ରଧରପୁର ଅଞ୍ଚଳର ସୁପାରୀ କିଲର ରିୟାସତ ହୁସେନ ଓ ରବି ଫେରାର ଥିବା ବଡବିଲ ଥାନା ଅଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହା କହିଥିବା ଜଣାପଡ଼ିଛି। ସୁଖବିନ୍ଦର, ମୃତ ଭୋଲା ସିହ୍ନା ଓ ବଡବିଲ ନଗରପାଳ ଶ୍ରୀ ମହାନ୍ତଙ୍କ ମଧ୍ୟରେ ଥିବା ସମ୍ପର୍କର ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି ବୋଲି ଶ୍ରୀ ଶର୍ମା ଦାବି କରିଛନ୍ତି। ମାମଲାରେ ବଡବିଲ ନଗରପାଳ ଶ୍ରୀ ମହାନ୍ତଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବା ସହ ନଗରପାଳ, ମୃତ ଭୋଲା ସିହ୍ନା ଓ ସୁଖବିନ୍ଦରଙ୍କ ମୋବାଇଲକୁ ତୁରନ୍ତ ଜବତ କରି କଲ ରେକର୍ଡ ଯାଞ୍ଚ ସହ ସେଥିରେ ଥିବା ସନ୍ଦେହଜ ନକ ଭିଡିଓ ଓ ଅଡିଓକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଶ୍ରୀ ଶର୍ମା ଦାବି କରିଛନ୍ତି। ତେବେ ନିଜର ଦୈନଦିନ ଗୁଜୁରାଣ ମେଣ୍ଟାଇବା ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବା ସୁଖବିନ୍ଦର ସୁପାରିକିଲରକୁ ଦେବାପାଇଁ ଏକକାଳୀନ ୫ଲକ୍ଷ ଟଙ୍କା କେଉଁଠୁ ଆଣିଲେ ବୋଲି ବିଜେପିର ବରିଷ୍ଠ ନେତା ମୁରଲୀ ଶର୍ମା ବୁଧବାର ଅପରାହ୍ନରେ ଜିଲା ଆରକ୍ଷୀ ଅଧ୍ୟକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ଭେଟି ଏହା ପ୍ରଶ୍ନ କରିଛନ୍ତି । ଶ୍ରୀ ଶର୍ମାଙ୍କ ସହ ଜିଲ୍ଲା ବିଜେପି ଉପସଭାପତି ଦେବପ୍ରସାଦ ମିଶ୍ର ଓ ସ୍ଵପ୍ନା ସାହୁ, ବଡବିଲ ନଗରମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୀତା ଭୌମିକ ଓ ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର ପ୍ରମୁଖ ଏସ୍ ପି ଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ସହ ବଡବିଲ ନଗରପାଳ ଶ୍ରୀ ମହାନ୍ତଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି । ଭୋଳା ସିହ୍ନା ଗୁଳିକାଣ୍ଡ ଘଟଣାର ତଦନ୍ତ ଠିକ୍ ବାଟରେ ଚାଲିବା ସହ ୨ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ଏସ୍.ପି. ମିତ୍ରଭାନୁ ମହାପାତ୍ର କହିଛନ୍ତି। ଘଟଣାର ଅଧିକ ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇ ଗୋଟିଏ ଟିମ୍ ସ୍ଥାନୀୟ ଅଞ୍ଚଳରେ ତଦନ୍ତ ଜାରି ରଖିବା ବେଳେ ଅନ୍ୟ ଏକ ଟିମ୍ ରାଜ୍ୟ ବାହାରେ ଥିବା ଥିବା ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢ଼ଉ ଜାରି ରଖିଛି । ଏହି ଘଟଣାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ବିଭିନ୍ନ ଲୋକଙ୍କ ନାମରେ ଯେଉଁ ସବୁ ଅଭିଯୋଗ ଆସିଛି ସେ ସମ୍ପର୍କରେ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ଏବଂ ସାଇଣ୍ଟିଫିକ୍ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ବୋଲି ଏସ.ପି.ଶୀ ମହାପାତ୍ର କହିଛନ୍ତି ।

Exit mobile version