Site icon ଆଜିକାଲି

ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ଟିମ୍ ଘୋଷିତ

କେନ୍ଦୁଝର, ୦୪/୦୨/୨୪: ଭାରତୀୟ ଜନତା ପାର୍ଟି କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅନୁମୋଦନ କ୍ରମେ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ର ୧୩ ଜଣିଆ ପଦାଧିକାରୀ ଏବଂ ୨୧ ଜଣିଆ ଜିଲ୍ଲା କାର୍ଯ୍ୟକାରିଣୀ ଙ୍କ ନାମ ଜିଲ୍ଲା ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି କମଳାକାନ୍ତ ସିଂ ଙ୍କ ଦ୍ଵାରା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ନୂତନ ଭାବେ ଘୋଷିତ ଏହି ଟିମ୍ ରେ ଜିଲ୍ଲା ଉପ ସଭାପତି ଭାବେ ଶ୍ୟାମସୁନ୍ଦର ନାଏକ, ଗଙ୍ଗାଧର ହାସଦା, ଶୁକ୍ରା ମୁଣ୍ଡା ଏବଂ ରବି ନାଏକ ଙ୍କୁ ସ୍ଥାନ ମିଳିଛି। ସାଧାରଣ ସମ୍ପାଦକ ଭାବରେ ମାତୁରାମ ମୁଣ୍ଡା ଏବଂ ରାଜେନ୍ଦ୍ର ନାଏକ ଙ୍କୁ ଦାୟିତ୍ବ ମିଳିଥିବା ବେଳେ ସଂପାଦକ ଭାବେ ନିର୍ମଳ ଚନ୍ଦ୍ର ଦେହୁରୀ, ମୁକୁନ୍ଦ ମୁଣ୍ଡା, କୃଷ୍ଣ ଜୁଆଙ୍ଗ, ସୁଦାମ ମାରାଣ୍ଡି ଏବଂ ଲକ୍ଷ୍ମଣ ନାଏକ ଙ୍କୁ ଦାୟିତ୍ବ ମିଳିଛି। କୋଷାଧ୍ୟକ୍ଷ ଭାବେ ସୁଧୀର ସର୍ଦ୍ଦାର ଙ୍କୁ ଦାୟିତ୍ବ ଦିଆ ଯାଇଛି। ସେହିପରି ଜିଲ୍ଲା କାର୍ଯ୍ୟକାରିଣୀରେ ସୁଲୋଚନା ନାୟକ, ଗଣେଶ୍ୱର ନାୟକ, କଳ୍ପତରୁ ନାୟକ, ପରମାନନ୍ଦ ନାୟକ, ସୁଦର୍ଶନ ନାଏକ, ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନ ନାଏକ, ଦିନେଶ ପୁର୍ତ୍ତି, ପରମେଶ୍ଵର ନାୟକ, ଗୋବିନ୍ଦ ମୁଣ୍ଡା, ଭାଗିରଥି ବିରୁଆ, ସୁଶୀଲ କୁମାର ନାଏକ, ମୋତିଲାଲ ନାଏକ, ନବ ବେହେରା, କାଶୀନାଥ ହେମ୍ବରମ, ବେଣୁ ନାଏକ, ନରହରି ଦେହୁରି, ରାଜେନ୍ଦ୍ର ମୁଣ୍ଡା, ପରବାସିଆ ନାଏକ, ବଳରାମ ନାଏକ ଏବଂ କ୍ରିଷ୍ଣା ଗାଗରାଇ ଙ୍କୁ ଦାୟିତ୍ବ ମିଳିଛି। ନୂତନ ଭାବେ ଦାୟିତ୍ବ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗୋଣ୍ଡ, ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ଉପ ସଭାପତି ମମିତା ନାଏକ ଏବଂ ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସାଧାରଣ ସମ୍ପାଦକ କୈଳାଶ ନାୟକ ଅଭିନନ୍ଦନ ଜଣାଇଛନ୍ତି।

Exit mobile version