୫,୦୦୦ ରୁ ଉର୍ଦ୍ଧ୍ବ କର୍ମୀଙ୍କ ଶୋଭାଯାତ୍ରା — ୨୦୦୦ ସଂଖ୍ୟାରେ ବାଇକ୍ ରାଲ୍ଲି
କେନ୍ଦୁଝର, ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିବା ବିଜେପି ଓଡ଼ିଶାର ନୂତନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଆଜି ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଅଛି। ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ପାଟଣା ବ୍ଲକ୍ ର ମଲିପଶି ଛକ ଠାରୁ ପାଖାପାଖି ୨୦୦୦ ବାଇକ୍ ଯୋଗେ ଶୋଭାଯାତ୍ରାରେ ବାହାରିଥିଲେ। ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ୫ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କୁ ନେଇ ପାଟଣା ନଗର ପଦଯାତ୍ରା କରିଥିଲେ। ତା ପରେ ସାହାର ପଡ଼ା ବ୍ଲକ୍ ର ସହିଦ୍ ହେମନ୍ତ ମହାନ୍ତ ଙ୍କ ସ୍ମୃତି ସ୍ତମ୍ଭ ରୁ ଯାଇ ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ମାଟି ସଂଗ୍ରହ କରିଥିଲେ। ପାଟଣା ନଗର ପଦଯାତ୍ରାରେ ବିଭିନ୍ନ ଗ୍ରାମରୁ ଆସିଥିବା ମାଆ ଭଉଣୀ ମାନଙ୍କ ପାଖରୁ ଅମୃତ ବାଟିକା ପାଇଁ ଗାଁ ମାଟି ଗ୍ରହଣ କରିଥିଲେ। ପାଟଣା ବ୍ଲକ୍ ରେ ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସବୀର ଦାଶ ଏବଂ ସାହାରପଡ଼ା ବ୍ଲକ୍ ରେ ଯୁବମୋର୍ଚ୍ଚା ଜିଲ୍ଲା ଉପ ସଭାପତି ଅଶ୍ୱିନୀ ମହାନ୍ତ ବାଇକ୍ ଶୋଭାଯାତ୍ରାକୁ ଆୟୋଜନ କରିଥିଲେ। ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି ଯଥା ରମେଶ ମହାନ୍ତ, ବୁଲୁ ବାରିକ୍, ନରହରି ମହାନ୍ତ, ମିତ୍ରଭାନୁ ମହାନ୍ତ, ମହେନ୍ଦ୍ର ନାଏକ, ପ୍ରବୀର୍ ନାଏକ ବୁଥ ସ୍ତରର କାର୍ଯ୍ୟକର୍ତ୍ତା ଙ୍କୁ ଏକତ୍ରିତ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ପାଟଣା ର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାଧାରଣରେ ଚର୍ଚ୍ଚା ହେଉଛି, ଦମ୍ ଦେଖାଇଲା ପାଟଣା।