Site icon ଆଜିକାଲି

୩ଟି ରାଜ୍ୟରେ ଭାଜପାର ଜିତ ପରେ କେନ୍ଦୁଝର ବିଜେପି ପାଳିଲା ବିଜୟ ଉତ୍ସବ


କେନ୍ଦୁଝର, କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ଶତାଧିକ କାର୍ଯ୍ୟକର୍ତା ବାଣ ଫୁଟାଇ ମିଠା ବାଣ୍ଟି ୩ଟି ରାଜ୍ୟରେ ବିଜେପି ର ଜିତ ପରେ ବିଜୟ ଉତ୍ସବ ପାଳନ କଲେ। ଏହି କାର୍ଯ୍ୟକ୍ରମରେ ସଦର ବିଧାୟକ ମୋହନ ଚରଣ ମାଝୀ ଯୋଗ ଦେଇ ଆଗାମୀ ୨୦୨୪ ନିର୍ବାଚନ ରେ ଓଡ଼ିଶାରେ ବିଜେପି ଜିତିବା ସହିତ ପୁନର୍ବାର ଏହି ବିଜୟ ଉତ୍ସବ ପାଳନ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ବିଜେପି ନଗର ସଭାପତି ବିଶ୍ୱଜିତ ତ୍ରିପାଠୀ ଙ୍କ ନେତୃତ୍ୱରେ ସଦର ବିଧାୟକ ମୋହନ ଚରଣ ମାଝୀ, ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, କେନ୍ଦୁଝରଗଡ଼ ପୌରପାଳିକା ନଗରପାଳ ନିକୁ ସାହୁ, ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟା କିରଣବଲା ନାୟକ, ଜିଲା ସାଧାରଣ ସମ୍ପାଦକ ସୁକଦେବ ମହାନ୍ତ ଓ ଅନୁବ୍ରତ ବେହେରା, ପୂର୍ବତନ ଜିଲା ସଭାପତି ଅଶ୍ୱିନୀ ପଟ୍ଟନାୟକ, ବରିଷ୍ଠ କର୍ଯ୍ୟକତା ବିରଜା ମିଶ୍ର, ଜିଲା କୋଷାଧ୍ୟକ୍ଷ ହରିହର ମହାନ୍ତ, ମହିଳା ନେତ୍ରୀ ସବିତ୍ରୀ ବିଶ୍ୱାଳ,ଯୁବ ନେତା ପ୍ରିୟବ୍ରତ ଜେନା, ହିମାଂଶୁ ପୁହାଣ ଏବଂ ବିଜେପି କାଉନସିଲର ତଥା ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି ଏହି ବିଜୟ ଉତ୍ସବ ପାଳନ କରିଥିଲେ।

Exit mobile version