Site icon ଆଜିକାଲି

ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ, କାରଣ ଅସ୍ପଷ୍ଟ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ। ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେସ୍‌ରେ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଜଣାପଡିଛି। ବ୍ଲାଷ୍ଟ ଫର୍ଣ୍ଣେସ୍‌ର ଏକ ଯନ୍ତ୍ରାଂଶ ଫାଟି ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ସଠିକ କାରଣ ଏବେ ଅସ୍ପଷ୍ଟ ରହିଛି। ତେବେ ବିସ୍ଫୋରଣରେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନି।

ଗତକାଲି ସଂଧ୍ୟାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ପାୱାର ପ୍ଲାଣ୍ଟର ବ୍ଲାଷ୍ଟ ଫରନେସରେ ହଠାତ୍ ବିସ୍ଫୋରଣ ହୋଇଥିଲା। ଶ୍ରମିକ ଜୀବନ ବିକାଳେ ବାହାରକୁ ପଳାଇ ଆସିଥିଲେ। କାହାର କିଛି କ୍ଷତି ହୋଇ ନଥିଲା। ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଅଘଟଣ ପରେ ପ୍ରତକ୍ରିୟା ରଖିଛି କମ୍ପାନୀ କର୍ତ୍ତୃପକ୍ଷ। ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟମନ୍ତ୍ରଣାଧୀନ ଅଛି। ଏ ସମ୍ପର୍କରେ କୌଣସି ଗୁଜବ ପ୍ରଚାର ନ କରିବାକୁ କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି।

Exit mobile version