Site icon ଆଜିକାଲି

ଇସ୍ପାତ କାରଖାନରେ ବିସ୍ଫୋରଣ ; ଜଣେ ମୃତ, ଚାରି ଆହତ

ରାଉରକେଲା : ଶୁଭମ୍‌ ଇସ୍ପାତରେ ଦୁର୍ଘଟଣା । ଫର୍ନେସରେ ଘଟିଲା ବିସ୍ଫୋରଣ । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସୁନ୍ଦରଗଡ ଜିଲ୍ଲା ରାଉରକେଲା ସ୍ଥିତ ଶୁଭମ୍‌ ଇସ୍ପାତରେ ଘଟିଛି ଅଘଟଣ । କାରଖାନାରେ ଫର୍ନେସରେ ହେଲା ବିସ୍ଫୋରଣ । ଯେଉଁ ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚାରି ଜଣ ଗୁରୁତର ହୋଇଛନ୍ତି । ମୃତକ ଚିନ୍ମୟ ବେହେରା ବୋଲି ଜଣାପଡିଛି । ତାଙ୍କ ଘର ଯାଜପୁରର ବୋଲି ଜଣାପଡିଛି । ସେପଟେ ଆହତ ହୋଇଥିବା ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Exit mobile version