Site icon ଆଜିକାଲି

ବ୍ଲକ୍ ସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଯାପିତ


କେନ୍ଦୁଝର, ସ୍ଥାନୀୟ ସରକାରୀ ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ୍ ସ୍ତରୀୟ କ୍ରୀଡ଼ାଙ୍ଗନ ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି।ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାଙ୍ଗନ ତାଲିମ୍ କିପରି ଛାତ୍ର ଛାତ୍ରୀଙ୍କ ପାଇଁ ଉପାଦେୟ ହେବା ସହିତ ସେମାନଙ୍କ ଜୀବନରେ ସମସ୍ତ ପ୍ରକାରର ସମସ୍ୟା ସମାଧାନ କରିପାରିବେ ବୋଲି ମତ ପ୍ରକାଶ କରିଥିଲେ।ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ଜଗଦୀଶ ନାଏକ ଯୋଗ ଦେଇ ଜୀବନ କୌଶଳ ଶିକ୍ଷା ପାଠପଢା ସହିତ କ୍ରୀଡ଼ାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ।ମ୍ୟାଜିକ ବସ୍ ଫାଉଣ୍ଡେସନ କେନ୍ଦୁଝର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ରାମଚନ୍ଦ୍ର ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାଙ୍ଗନ କାର୍ଯ୍ୟକ୍ରମକୁ ବିଦ୍ୟାଳୟସ୍ତରରେ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ।ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ଵିତିକୃଷ୍ଣ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ।ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ତାଲିମଦାତା ଭାବେ ସରକାରୀ ମୋଚିବନ୍ଧ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଫକୀର ମୋହନ ମହାନ୍ତ ଏବଂ ସରକାରୀ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କ୍ଷେତ୍ରମୋହନ ନାୟକ କ୍ରୀଡ଼ା,ଶିଶୁ ସୁରକ୍ଷା,ଜୀବନ କୌଶଳ ଶିକ୍ଷା,ଆତ୍ମ ସଚେତନତା,ବନ୍ଧୁତା ସମ୍ପର୍କ,ସମସ୍ୟା ସମାଧାନ,ବୁଝାମଣା,ଭାବ ବିନିମୟ ଆଦି ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ।ଏହି ଶିବିରରେ ସଦର ବ୍ଲକ ର ୫୨ ଜଣ ଶିକ୍ଷକ,ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେଇଥିଲେ ।ଶିକ୍ଷକ ପ୍ରଦୀପ କୁମାର ବାରିକ,ବିଜୟ କୁମାର ବେହେରା,ପ୍ରଶାନ୍ତ କୁମାର ମହାନ୍ତ,ଶିକ୍ଷୟିତ୍ରୀ ଶିବାନୀ ବୋଦ୍ରା, ଅର୍ପିତା ମହାନ୍ତି ତିନିଦିନ ଧରି ଚାଲିଥିବା କ୍ରୀଡ଼ାଙ୍ଗନ ଶିବିର ର ଅନୁଭୂତି ପ୍ରଦାନ କରିଥିଲେ।

FacebookTwitterLinkedinWhatsapp
Exit mobile version