Site icon
ଆଜିକାଲି

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଳକ ପ୍ରୋଗ୍ରାମ ଆସିଷ୍ଟାଣ୍ଟ

ଭୁବନେଶ୍ୱର : ଲାଞ୍ଚ ନେଉଥିବା ଅଭିଯୋଗରେ ଜଣେ ବ୍ଲକ୍ ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କୁ ଗିରଫ କରିଛି ଭିଜିଲାନ୍ସ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ସୋସିଆଲ ସିକ୍ୟୁରିଟି ଅଫିସରେ କାର୍ଯ୍ୟରତ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ବୀରବଲ ସତନାମୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଜଣେ ହିତାଧିକାରୀଙ୍କ ସହାୟତା ଆବେଦନ କ୍ଲିୟର ପାଇଁ ସତନାମୀ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା। ହିତାଧିକାରୀ ଜଣକ ସତନାମୀଙ୍କ ବିରୋଧରେ ଭିଜିଲାନ୍ସରେ ଫେରାଦ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ସତନାମୀଙ୍କୁ ମାଡ଼ି ବସିଥିଲା । ଲାଞ୍ଚ ଟଙ୍କା ଜବତ କରିବା ସହ ପ୍ରୋଗ୍ରାମ ଆସିଷ୍ଟାଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ଭିଜିଲାନ୍ସ।

FacebookTwitterLinkedinWhatsapp
Exit mobile version