Site icon ଆଜିକାଲି

ଲାଞ୍ଚ ନେବାବେଳେ ଧରାପଡିଲେ ବ୍ଲକ ପଶୁଚିକିତ୍ସା ଅଧିକାରୀ

ଦେବଗଡ – ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ପଶୁଚିକିତ୍ସା ଅଧିକାରୀ ( ବିଭିଓ) ଡକ୍ଟର ସୁସ୍ମିତା ସେଠୀ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ କୁକୁଡ଼ା ଚାଷୀଙ୍କଠାରୁ ବିଭିଓ ଜଣକ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏକ କୁକୁଡ଼ା ଫାର୍ମ ପ୍ରତିଷ୍ଠା ପାଇଁ ପଡ଼ି ରହିଥିବା ସବସିଡି ବିଲ୍ ପାଇବାକୁ ଜଣେ ବ୍ୟକ୍ତିଙ୍କୁ ଆସେଟ୍ ଭେରିଫିକେସନ ରିପୋର୍ଟ ଆବଶ୍ୟକ ହେଉଥିଲା । ତାଙ୍କ ସପକ୍ଷରେ ରିପୋର୍ଟ ଦେବାକୁ ବିଭିଓ ସୁସ୍ମିତା ସେଠୀ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଭିଜିଲାନ୍ସରେ ଫେରାଦ ହୋଇଥିଲେ ଅଭିଯୋଗକାରୀ । ଏହାପରେ ବିଭିଓଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ବିଭିଓଙ୍କୁ ଧରିବା ପରେ ତାଙ୍କର ଦୁଇଟି ଠିକଣାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଚଢ଼ାଉ କରିଛି ଭିଜିଲାନ୍ସ। ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି ଭିଜିଲାନ୍ସ ଟିମ୍ ।

Exit mobile version