Site icon ଆଜିକାଲି

ଦାଦନ ଶ୍ରମିକ ମୃତ୍ୟୁରେ କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ

ଧର୍ମଗଡ଼ : କଳାହାଣ୍ଡି ଜିଲା କୋକସରା ବ୍ଲକ ମାହାଜନଗୁଡା ଗାଁର ମହେନ୍ଦ୍ର ବେସ୍ରାଙ୍କ ମୃତ୍ୟୁ ହୋଇଛି। ସେ ଗତ ୩ ମାସ ପୂର୍ବରୁ ତାମିଲନାଡୁ କୋଏମ୍ବାଟୁରକୁ ଦାଦନ ଖଟିବା ପାଇଁ ଯାଇଥିଲେ । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ମଙ୍ଗଳବାର ତାଙ୍କ ମୃତଦେହ ଗାଁକୁ ଫେରିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।

ଭବାନୀପାଟଣା ଜୟପୁର ଜାତୀୟ ରାଜପଥ ୨୬ର ମହାଜନଗୁଡା ଠାରେ ପରିବାର ଓ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତା ପାର୍ଶ୍ୱରେ ବହୁ ଗାଡି ଅଟକି ରହିଥିବାର ଦେଖିବାକୁ ମିଳିଛି l ସେହିପରି କ୍ଷତିପୂରଣ ନଦେବା ଯାଏଁ ରାସ୍ତାରୁ ହଟିବୁ ନାହିଁ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି ।

Exit mobile version