Site icon ଆଜିକାଲି

ଆନନ୍ଦପୁର ବ୍ୟାରେଜରେ ଭାରିଯାନ ଚଳାଚଳରେ ରୋକ୍‌


କେନ୍ଦୁଝର, (ନିପ୍ର) କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ ଉପରେ ଭାରିଯାନ ଚଳାଚଳ ଦିଗରେ ରୋକ ଲାଗିଛି। ଆନନ୍ଦପୁର ବ୍ୟାରେଜ ଡିଭିଜନ୍‌, ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ଚିଠି ନଂ. ୧୩୫୮/୨୭ ଏପେ୍‌ଲ ୨୦୨୩କୁ ଆଧାର କରି ଆନନ୍ଦପୁର ଉପଖଣ୍ଡ ମାଜିଷ୍ଟ୍ରେଟ ଅନୀଲ କୁମାର ସେଠୀ ବ୍ୟାରେଜ ଉପରେ ଭାରିଯାନ ଚଳାଚଳକୁ ରୋକ ଲଗାଇବା ପାଇଁ ୧୪୪ ଜାରି କରିଛନ୍ତି। ଏହା ୨୮ ତାରିଖ ଅର୍ଥାତ ଗୁରୁବାର ଠାରୁ ୩୧ ମଇ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶନାମାରେ ଜାରି ହୋଇଛି। ଏହାର କାର୍ଯ୍ୟକାରିତା ଦିଗରେ ପ୍ରତ୍ୟେକ୍ଷ ଭାବେ ଦୃଷ୍ଟି ଦେବାକୁ ଏସ୍‌ଡିପିଓ ଆନନ୍ଦପୁର, ଆଇଆଇସି ଆନନ୍ଦପୁର, ଆଇଆଇସି ଘସିପୁରା, ତହସିଲଦାର ଆନନ୍ଦପୁର ଓ ଘସିପୁରାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ପ୍ରାୟ ସମୟରେ ଆନନ୍ଦପୁର ବ୍ୟାରେଜ ଉପରେ ଲୁହାପଥର ବୋଝେଇ ଭାରିଯାନଠାରୁ ଆରମ୍ଭ କରି ଲଘୁ ଖଣିଜ ସମ୍ପଦ ଭରା ହାଇଓ୍ବା ଚଳାଚଳ ଲାଗିରହିଛି। ହାଇଡ୍ରୁଲିକ୍‌ ଷ୍ଟ୍ରକଚର୍‌ ଆଧାରରେ ନିର୍ମାଣ ହୋଇଥିବା ବ୍ୟାରେଜ ପାଇଁ ଏହା ଅଧିକ ମାତ୍ରାରେ ବିପଦ ସୃଷ୍ଟି କରୁଛି ।

Exit mobile version