Site icon ଆଜିକାଲି

ବାହାନଗା ରେଳ ଦୁର୍ଘଟଣା ଜନିତ ଆହତ ଲୋକମାନଙ୍କ ପାଇଁ ରକ୍ତ ଦାନ ଶିବିର

କେନ୍ଦୁଝର, (ନିପ୍ର) ଉତ୍କଳ ବ୍ରାହ୍ମଣ ପୂଜକ ସଂଘ ଆନୁକଲ୍ୟରେ କେନ୍ଦୁଝର ପାର୍କ-ଲାଇନ୍ ସ୍ଥିତ ହନୁମାନ ମନ୍ଦିର ନିକଟରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ଏଥିରେ ପ୍ରାୟ ୩୦ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ପରାମର୍ଶ ରେ କାର୍ଯ୍ୟ କରାଯାଇ ସମସ୍ତ ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇ ଥିଲା। ଅନୁଷ୍ଠାନ ର ସଭାପତି ବ୍ରଜ କିଶୋର ମହାପାତ୍ର ଓ ସମ୍ପାଦକ ଶ୍ରୀକାନ୍ତ କୁମାର ପଣ୍ଡା କାର୍ଯ୍ୟ ପରିଚାଳନା କରିଥିଲେ। ଅନ୍ୟ ତମ ସଦସ୍ୟ ସୁଶାନ୍ତ ପଣ୍ଡା ଓପଦ୍ମପୁର ଅଞ୍ଚଳ ର ସୁରେଶ କୁମାର ଆଚାର୍ଯ୍ୟ ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରାୟ ୫୦ବ୍ରାହ୍ମଣ ପରିବାର ଏକତ୍ର ହୋଇ ବାର୍ଷିକ ଉତ୍ସବପାଇଁ ସାଧାରଣ ବୈଠକ କରି ଭବିଷ୍ୟତ କାର୍ଯ୍ୟ ନିର୍ଦ୍ଧାରଣ କରିଥିଲେ। ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଉପଲକ୍ଷେ ଜଲଛତ୍ର ବଣ୍ଟନ କେନ୍ଦ୍ର ଖୋଲି ପାନୀୟ ଜଳ ଯୋଗାଣ ପାଇଁ ସନ୍ମତି ପ୍ରଦାନ କରିଥିଲେ। ସର୍ବ ଶେଷରେ ସୂବାହୁ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Exit mobile version