Site icon ଆଜିକାଲି

ଧରଣୀଧର ଭେଷଜ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ୪୦ ୟୁନିଟ୍‍ ରକ୍ତ ସଂଗ୍ରହ

କେନ୍ଦୁଝର,  ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ‘ନୂଆ-ଓ’ ଯୋଜନା ମାଧ୍ୟମରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଧରଣୀଧର ଭେଷଜ ମହାବିଦ୍ୟାଳୟରେ ଚଳିତମାସ ୭ ତାରିଖରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଡିନ୍‍ ପ୍ରଫେସର ଡାକ୍ତର ଚିନ୍ମୟୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାରାରୋପଣ, ସ୍ୱଛତା ଅଭିଯାନ, ସଂସ୍କୃତିକ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ନୃତ୍ୟ, ସଙ୍ଗୀତ ଓ ସଚେତନଧର୍ମୀ ନାଟକ ଏବଂ ଫୁଟବଲ, ବ୍ୟାଡମିଣ୍ଟନ, ଭଲିବଲ, ଚେସ୍‍, କ୍ୟାରମ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସୋମବାର ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗୋଲୀ କାର୍ଯ୍ୟକ୍ରମ ସହ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ୪୦ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇ ଜିଲା ରକ୍ତ କେନ୍ଦ୍ରକୁ ମାନବସେବା ନିମନ୍ତେ ପଠାଇ ଦିଆଯାଇଛି ।  ରକ୍ତଦାନ ଶିବିରକୁ ମହାବିଦ୍ୟାଳୟର ଭାରପ୍ରାନ୍ତ ଡିନ୍‍ ପ୍ରଫେସର ଡାକ୍ତର ପ୍ରଭାତ କୁମାର ଥାଟୋଇ ଉଦ୍‍ଘାଟନ କରିଥିବା ବେଳେ ଏଥିରେ ଛାତ୍ରଛାତ୍ରୀ ମାନେ ଉତ୍ସାହର ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ନୋଡାଲ ଅଧିକାରୀ ଡାକ୍ତର ମଞ୍ଜୁଲତା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ପ୍ରତିଟି କାର୍ଯ୍ୟକ୍ରମକୁ ସଫଳ କରିବାରେ ମହାବିଦ୍ୟାଳୟର ଡାକ୍ତର ଜ୍ୟୋତିରଞ୍ଜନ ସାହୁ, ଡାକ୍ତର ଦିପାନ୍ୱୀତା ରାଉତରାୟ, ଡାକ୍ତର ଶ୍ୱେତଲତା ପଟ୍ଟନାୟକ, ଡାକ୍ତର ଜୟପ୍ରକାଶ ପରିଡା ଓ ଡାକ୍ତର ଦେବବ୍ରତ ବାରିକ ପ୍ରମୁଖ ସହଯୋଗ କରିଆସୁଛନ୍ତିି । ମଙ୍ଗଳବାର ମହାବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ଜିଲା ମୁଖ୍ୟ ଚିକିତ୍ସାଳୟରୁ ଏକ ପଦଯାତ୍ରା ଅନୁଷ୍ଠିତ ହେବପରେ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତାଧର୍ମୀ ପଥପ୍ରାନ୍ତ ନାଟକ ଆୟୋଜନ କରାଯିବ ବୋଲି ମୁଖ୍ୟ ନୋଡାଲ ଅଧିକାରୀ ଡାକ୍ତର ମଞ୍ଜୁଲତା ଦାଶ କହିଛନ୍ତି ।

Exit mobile version