Site icon ଆଜିକାଲି

ରେଳ ଦୁର୍ଘଟଣାରେ ଆହତ ମାନଙ୍କ ପାଇଁ ରକ୍ତଦାନ କରି ମାନବିକତା ଦେଖାଇଲା କେନ୍ଦୁଝର ଅମଲା ସଂଘ

କେନ୍ଦୁଝର, (ନିପ୍ର) ମାନବିକତା ଦେଖାଇଲେ କେନ୍ଦୁଝର ଅମଲା ସଂଘର କର୍ମକର୍ତା । ବାଲେଶ୍ଵରର ବାହାନଗା ଠାରେ ଟ୍ରେନ୍‌ ଦୁର୍ଘଟଣାରେ ମୃତକମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ପ୍ରକଟ କରିଛନ୍ତି କେନ୍ଦୁଝର ମିଳିତ ଅମଲା ସଙ୍ଘର କର୍ମକର୍ତା । ଏହା ସହିତ ବାଲେଶ୍ଵର ଟ୍ରେନ-ଦୁର୍ଘଟଣାରେ ଆହତ ମାନେ ମୃତ୍ୟୁ ସହିତ ସଂଗ୍ରାମ କରୁଛିନ୍ତି । ଏହି ସମୟରେ ଆନ୍ଦୋଳନରତ କର୍ମଚାରୀ ରକ୍ତଦାନ କରି ଏକ ମାନବତାର ଉଦାହରଣ ସୃଷ୍ଟି କରିଛନ୍ତି । ମହିଳା କର୍ମଚାରୀ ମାନେ ମଧ୍ୟ ସ୍ବତପ୍ରବୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ ବହୁ କର୍ମକର୍ତା । ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୩୦ ଇଉନିଟ ରକ୍ତ ସଂଗ୍ରହ ହୋଇ ସାରିଛି ।

Exit mobile version