କେନ୍ଦୁଝର, (ନିପ୍ର) ବାଲେଶ୍ବର ଜିଲ୍ଲା ବାହାନଗା ରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ରେ ଆହତ ମାନଙ୍କୁ ମାନବୀୟ ସହାୟତା ଯୋଗାଇଦେବା ପରିପେକ୍ଷୀ ରେ ଆଜି ଜିଲ୍ଲା ମୁସଲିମ ସମାଜ ପକ୍ଷରୁ ଏକ ରକ୍ତଦାନ ଶିବିର ଶିରାଜୁଦିନ ଛକ ମାଗୁରଗଡିଆ ଜାମା ମସଜିଦ ପରିସର ରେ ଅନୁଷ୍ଠିତ ହୋଇ ୧୧୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଏହି ମହତ ଉଦ୍ଦେଶ୍ୟ ରେ ସାମିଲ ହୋଇସଫଳତା ସହିତ ଦାୟିତ୍ଵ ନିର୍ବାହ କରିଥିଲେ ସଇଫୁଲ ଇସଲାମ ,ମହମ୍ମଦ ଇଦରିସ ,ମହମ୍ମଦ ଇନଥକାବ, ଆଲାମ, ଇର୍ସାଦ ,ଏମଡି ଅଜମତ ,ଏଆର ସାହାବାଜ, ଏସକେ ତୋହିଦ,ଏମଡି ହାରୁନ ,ଖାଲିଦ ଅଂଶାରୀ,ଏମଡି ସାକିର ,ଏମଡି ସୌକତ ,ଏମଡି ୱଶିମ ,ଡାନିସ ରାଜା ,ପରବେଜ ଅହମଦ ,ଅରମାନ ହୁସେନ, ବଶିଦୁଲ ଇସଲାମ ପ୍ରମୁଖ । ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ଡାକ୍ତର ରମାକାନ୍ତ ମୁଣ୍ଡା ,ରକ୍ତ କେନ୍ଦ୍ର କର୍ମଚାରୀ ଅକ୍ଷୟ ସାହୁ,ଭାଗିରଥି ମହାକୁଡ ,ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।