Site icon ଆଜିକାଲି

ଏଏମ ଏନଏସ ପକ୍ଷରୁ ରକ୍ତଦାନ ଶିବିର

କେନ୍ଦୁଝର, କେନ୍ଦୁଝର ଦୁବୁନାସ୍ଥ ଆର୍ସେଲରମିତ୍ତଲନିପନଷ୍ଟିଲ ବେନିଫିକେସନ ପ୍ଲାଣ୍ଟ ପରିସରରେ ଭାରତୀୟ ରେଡକ୍ରସ ସଂସ୍ଥା ସହଯୋଗ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇ ୟୁନିଟ ରକ୍ତ ସଂଗୃହିତ ହୋଇଯାଇଛି । ଲଜିଷ୍ଟିକମୁଖ୍ୟ ଶ୍ରୀ ଆର କେ ଶର୍ମା ଓ ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ମିଳିତଭାବେ ଏହି ଶିବିର କୁ ପ୍ରଦୀପପ୍ରଜ୍ବଳନ କରି ଉଦଘାଟନକରିଥିଲେ । ମାନବସମ୍ବଳ ମୁଖ୍ୟ ଭଞ୍ଜ ଖଟୁଆ, ଲଜିଷ୍ଟିକ ମ୍ୟାନେଜର ସୁଜିତ ମହାନ୍ତି ମ୍ୟାନେଜର ପ୍ରଶାସନ ଅଭିରାମ ମହାନ୍ତି ଏଚଓଡି ମେକାନିକାଲ ଜୟନ୍ତ ସେଠି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି ଶିବିର ପରିଚାଳିତ ହୋଇ ଥିଲା, ଜିଲ୍ଲା ରକ୍ତକେନ୍ଦ୍ର ର ସହାୟକ ଗୌରୀଶଙ୍କର ମଲ୍ଲିକ, ଅକ୍ଷୟ ସାହୁ,ସିଦ୍ଧାର୍ଥ ମହନ୍ତ, ସତ୍ୟବ୍ରତ ମହୁରୀ, ଦେବାଶିଷ ମହନ୍ତ, ଉପେନ୍ଦ୍ର ସାହୁ, ବସନ୍ତ ବେହେରା,ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ, ପ୍ଲାଣ୍ଟ ର ବିଭିନ୍ନ ବିଭାଗ ର କର୍ମଚାରୀସୁଜିତ ମହାନ୍ତି, ପିକୁନବେହେରା, ମନୋଜ ମହାକୁଡ଼, ସହଦେଵ ପରିଡା, ମନୋଜ ସାହୁ, ,ଜୟନ୍ତ ସେଠି, ମିହିର ଦାସ,ବିପିନ ପଲେଇ, ଭୁବନେଶ୍ୱର ମହାକୁଡ଼, ଧର୍ମେନ୍ଦ୍ର ଦାସ, ଅଶ୍ୱିନୀ ମହାପାତ୍ର, ମଲଟସ ଆନ୍ତନି ପ୍ରମୁଖ କର୍ମଚାରୀ ମାନେ ଉତ୍ସହର ସହିତ ରକ୍ତଦାନ କରିଥିଲେ ।

Exit mobile version