Site icon ଆଜିକାଲି

ଘର ଭିତରୁ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଆନନ୍ଦପୁର : ଘର ଭିତରୁ ଦମ୍ପତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ଖବରପାଇ ଘଟଣାସ୍ଥଳରେ ଦୈତାରୀ ଥାନା ପୁଲିସ ପହଞ୍ଚିବା ସହ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।

ମୃତ ଦମ୍ପତିଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ହତ୍ୟା ସନ୍ଦେହ କରୁଛି । ତେବେ କିଏ ଓ କାହିଁକି ଦମ୍ପତିଙ୍କୁ ହତ୍ୟା କରିଛି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି । ହତ୍ୟାପଛର କ’ଣ କାରଣ ଥାଇପାରେ ବୋଲି ପୁଲିସ ଛାନଭିନ କରୁଛି । ପୂର୍ବ ଶତ୍ରୁତା ନା ଅନ୍ୟକିଛି କାରଣରୁ ଏହି ହତ୍ୟା କରାଯାଇଛି ସେନେଇ ତଦନ୍ତ କରୁଛି ପୁଲିସ । ହରିଚନ୍ଦନପୁର ରାସୋଳ ଗାଁରେ ଏପରି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ, ସ୍ଥାନୀୟ ଅଞ୍ଚଳରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Exit mobile version