Site icon ଆଜିକାଲି

ମଶା ନିପାତ ପାଇଁ ବିଏମସିର ଏକାଧିକ ପଦକ୍ଷେପ ଘୋଷଣା

ଭୁବନେଶ୍ୱର : ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ମଶାଙ୍କ ବଂଶ ବିସ୍ତାର ରୋକିବା ପାଇଁ ବିଏମସି ଏକାଧିକ ପଦକ୍ଷେପ ଘୋଷଣା କରିଛି । ଆଗାମୀ ମାସେ ଯାଏଁ ମଶା ତେଲ ପକାଇବା ଅଭିଯାନ ବ୍ୟାପକ ହେବ ।ମଶା ଧୂଆଁ ଛାଡିବା ଅଭିଯାନ ବି ଜୋରଦାର ହେବ ।ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ ।

ମଶାବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ନିଆଯିବ ବୈଜ୍ଞାନିକଙ୍କ ପରାମର୍ଶ। ଟିଫାମେସିନ ଯାଇପାରୁନଥିବା ଇଲାକା ଓ ଜଳ ଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ବ୍ୟବହାର ହେବ ଡ୍ରୋନ। ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ ଏ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

Exit mobile version