Site icon ଆଜିକାଲି

କିଶୋର ଭାଇନା ମଟନ ହୋଟେଲରେ ବୁଲଡୋଜର ଚଲାଇଲା ବିଏମସି

ଭୁବନେଶ୍ୱର : କିଶୋର ଭାଇନା ମଟନ ହୋଟେଲ ଉପରେ ବୁଲଡୋଜର ଚଲାଇଛି ଭୁବନେଶ୍ୱର ମହାନଗର ନିଗମ । ତାଗିଦ ପରେ ମଧ୍ୟ ବନ୍ଦ ନ କରିବାରୁ କିଶୋର ଭାଇନାଙ୍କ ମଟନ ଦୋକାନ ଉପରେ ବୁଲଡୋଜର ଚଳାଇଲା ବିଏମସି । ଅପମିଶ୍ରିିତ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ଦୁଇ ଦିନ ପୂର୍ବେ କିଶୋରଙ୍କ ମଟନ ହୋଟେଲ ଉପରେ ଚଢାଉ କରି ସିଲ୍ କରିଥିଲା ବିଏମସି । ସିଲ୍ ସତ୍ତ୍ୱେ କାଲି ହୋଟେଲ ଖୋଲି ବେପାର କରିଥିଲେ କିଶୋର ।

ଅସ୍ୱାସ୍ଥ୍ୟକର ପରିବେଶରେ ରୋଷେଇ ହେଉଥିବା ଦର୍ଶାଇ ବିଏମସିର ଫୁଡ ସେଫଟି ଟିମ ହୋଟେଲ ମାଲିକ କିଶୋରଙ୍କୁ ଗତ ବୁଧବାର ଦିନ ତାଗିଦ କରିଥିଲା । କେବଳ ଏତିକି ନୁହଁ ଗୁପଚୁପ ଓ ଦହିବରା ବିକ୍ରିର ରେଜିଷ୍ଟ୍ରେସନ ବର୍ଷ ବର୍ଷ ଧରି ହୋଟେଲ ଚାଲୁଥିବାରୁ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା ବିଏମସିର ଫୁଡ ସେଫଟି ଟିମ୍ । ତରକାରୀରେ ନକଲି ରଙ୍ଗ ଓ ଏକ୍ସପାୟରୀ ସସ୍ ପକାଇବା ସହ ପରିଷ୍କାର ଓ ପରିଚ୍ଛନ୍ନ ଉପରେ ଦୃଷ୍ଟି ଦେଉନଥିଲେ କିଶୋର ଭାଇନା । ବିଏମସିର ଚଢାଉ ଓ ତାଗିଦ ପରେ ମଧ୍ୟ ଗତକାଲି ପୁଣିଥରେ ଦୋକାନ ଖୋଲିଥିଲେ କିଶୋର ଭାଇନା । ପୁଣିଥରେ ମଟନ ଦୋକାନ ଖୋଲି ବେପାର ଆରମ୍ଭ କରିଥିଲେ କିଶୋର । ତେଣୁ ଆଜି ସକାଳୁ ସକାଳୁ କିଶୋର ଭାଇନାଙ୍କ ଦୋକାନ ଉପରେ ବୁଲଡୋଜର ଚଢାଇଥିଲା ବିଏମସି ।

Exit mobile version