Site icon ଆଜିକାଲି

ଖଣ୍ଡଗିରି ମେଳା ପାଇଁ ବିଏମସି ଜାରି କଲା ଏସପିଓ

ଭୁବନେଶ୍ୱର : ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏସଓପି ଜାରି କରାଯାଇଛି ଆସନ୍ତା ୨୮ ତାରିଖରୁୁୁ ଖଣ୍ଡଗିରି ମାଘ ମେଳା ଆରମ୍ଭ ହୋଇ ୧୦ ଦିନ ଚାଲିବ । କୋଭିଡକୁ ଦୃଷ୍ଟିରେ ରଖି ସମସ୍ତେ ଏସଓପି ପାଳନ କରିବାକୁ ବିଏମସି ଅନୁରୋଧ କରିଛି ।

ଯାତ୍ରା ନାଟକ ଦଳର ସମସ୍ତେ କୋଭିଡ ନିମୟ ମାନି ଯାତ୍ରା ପରିବେଷଣ କରିବେ । ସମସ୍ତ ଅଫିସର, ଓ ଭଲ୍ୟୁଣ୍ଟର କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଯାତ୍ରା ଦେଖିବାକୁ ଗଲାବେଳେ, ସାନିଟାଇଜର ସୁବିଧା ରଖିବାକୁ ବିଏମସି ଏସଓପିରେ ଉଲ୍ଲେଖ କରିଛି । ଏହାସହ ନାଟକ ପେଣ୍ଡାଲରେ ସିଟ୍ ସୁବିଧା ମଧ୍ୟ କୋଭିଡ୍ ପ୍ରଟୋକଲକୁ ଆଖି ଆଗରେ ରଖି କରାଯିବ ।

ଆୟୋଜକ କମିଟି ନାଟକର ଶବ୍ଦ ଉପରେ ମଧ୍ୟ ନଜର ରଖିବ । ପ୍ରଚାର ବେଳେ କୌଣସି ବି ଯାତ୍ରାର ସଦସ୍ୟ ଉଚ୍ଚ ଶବ୍ଦରେ ପ୍ରଚାର କରିବେ ନାହିଁ । ଯାତ୍ରାରେ ଆୟୋଜକ କମିଟି ପକ୍ଷରୁ ପର୍ଯ୍ୟାପ୍ତ ସିସିଟିଭି ଲଗାଇବାକୁ କୁହାଯାଇଛି । ସେହିପରି ଲାଇନ୍ କଟିଲେ ଏହାର ବିକଳ୍ପ ବ୍ୟବସ୍ଥା ମଧ୍ୟ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

Exit mobile version