Site icon ଆଜିକାଲି

ପଥ ଉତ୍ସବ ପୂର୍ବରୁ ବିଏମସି ଆୟୋଜନ କଲା କରିଲା ସାଇକ୍ଳୋଥନ

ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ ( ବିଏମ୍‌ସି ) ପକ୍ଷରୁ ଆଜି ଅନୁଷ୍ଠିତ ହୋଇଥିଲା ସାଇକ୍ଲୋଥନ୍ । ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପଥ ଉତ୍ସବକୁ ସ୍ବାଗତ କରିବା ପାଇଁ ଆୟୋଜିତ ସାଇକ୍ଲୋଥନରେ ଶତାଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ସାଇକ୍ଲୋଥନ ମାଷ୍ଟର କ୍ୟାଣ୍ଟିନ ଛକରୁ ବାହାରି ରାମମନ୍ଦିର ଛକ , ହାଉସିଂ ବୋର୍ଡ ଛକ , ପିଏମଜି ଛକ ଦେଇ ପୁଣି ମାଷ୍ଟର କ୍ୟାଣ୍ଟିନ ଛକରେ ପହଂଚିଥିଲା । ଏହି ସାଇକ୍ଲୋଥନକୁ ମେୟର ସୁଲୋଚନା ଦାସ , କମିଶନର ବିଜୟ ଅମୃତା କୁଲାଙ୍ଗେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ପୁଣି ଆସିବ ପଥ ଉତ୍ସବର ମଜା । ଶୀତୁଆ ସକାଳରେ ପୁଣି ଦୁଲୁକିବ ମହାନଗର ନିଗମ । ଶୀତଳ କାକରରେ ଝୁମିବେ ମହାନଗର ନିଗମର ଅଧିବାସୀ । ନୃତ୍ୟ , ଗୀତ , ଖେଳ , କୁଦରେ ମତୁଆଲା ହେବେ ସବୁ ବର୍ଗର ନାଗରିକ । ଏହି ନାରା ଦେଇ ଆଜି ସକାଳୁ ସାଇକେଲ ଯାତ୍ରାରେ ଏହି କଥା ଜଣାଇଲେ ଭୁବନେଶ୍ବରର ଯୁବ ବର୍ଗ । ଆଜି ୪ ଶହରୁ ଉର୍ଦ୍ଧ୍ଵ ଯୁବକଯୁବତୀଙ୍କ ସହ ସବୁ ବର୍ଗର ସାଇକେଲ ଆରୋହୀ ଏହି ସାଇକ୍ଲୋଥନରେ ଅଂଶ ଗ୍ରହଣ କରିଥିଲେ । ସାଇକେଲ ଯାତ୍ରାରେ ଅଂଶ ଗ୍ରହଣ କରିଥିବା ସମସ୍ତ ସାଇକେଲ ଆରୋହୀଙ୍କୁ ଉତ୍ସାହିତ କରିବା ପାଇଁ ବିଏମ୍‌ସି ତରଫରୁ ମେୟର ଓ କମିଶନର ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହା ପରେ ସାଇକେଲ ଆରୋହୀମାନେ ଆଇ ଲଭ୍ ଭୁବନେଶ୍ୱର ନିକଟରେ ପଥ ଉତ୍ସବକୁ ସାକାର କରିବା ପାଇଁ ବିଭିନ୍ନ ପ୍ରକାର ନାରା ଦେଇ ନାଗରିକଙ୍କୁ ଉତ୍ସାହିତ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ , ଶୁଭେନ୍ଦୁ କୁମାର ସାହୁ ପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ , ବହୁ କର୍ପୋରେଟର , ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ , ପ୍ରିୟବ୍ରତ ପାଢୀ , ରମେଶ ଚନ୍ଦ୍ର ଜେନା , ସହକାରୀ କମିଶନର ଏନ୍ . ଗଣେଶ ବାବୁ , ସମସ୍ତ ଜୋନାଲ ଡେପୁଟି କମିଶନର , ଟିମ୍ ସାଇନ୍ ଉପସ୍ଥିତ ଥିଲେ । କମିଶନରେଟ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା ।

ଆସନ୍ତାକାଲି ହେବାକୁ ଥିବା ଓ୍ବାକଥନରେ ଶହ ଶହ ନାଗରିକ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ପଦଯାତ୍ରା ମାଷ୍ଟର କ୍ୟାଣ୍ଟିନଠାରୁ ବାହାରି ସତ୍ୟନଗରସ୍ଥିତ ବିଏମ୍‌ସି ମୁଖ୍ୟାଳୟ ପର୍ଯ୍ୟନ୍ତ ଯିବ । ଏଥିରେ ବରିଷ୍ଠ ନାଗରିକ , ଯୁବକ , ଯୁବତୀ , କିଶୋର , କିଶୋରୀ , ସବୁ ବର୍ଗର ବ୍ୟକ୍ତି ଅଂଶ ଗ୍ରହଣ କରିପାରିବେ । ଏହି ପଦଯାତ୍ରାରେ ଅଂଶ ଗ୍ରହଣ କରିବାକୁ ଇଛୁକ ଥିବା ନାଗରିକ ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ବିଏମ୍‌ସର ରେଜିଷ୍ଟ୍ରେସନ କାଉଣ୍ଟରରେ ସକାଳ ୭ଟା ପୂର୍ବରୁ ନିଜ ନିଜର ନାମ ପଞ୍ଜୀକରଣ କରଣ କରାଇ ନେବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି ।

Exit mobile version