Site icon ଆଜିକାଲି

ରାଜଧାନୀର ରାସ୍ତାକଡ଼ରୁ ଅଚଳ ଗାଡ଼ି ଗୁଡ଼ିକୁ ହଟାଇବ ବିଏମସି

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଅଚଳ ହୋଇ ଗାଡ଼ି ପଡ଼ିରହିବା ଘଟଣା । ଅଚଳ ଗାଡ଼ି ଗୁଡ଼ିକୁ ରାସ୍ତାକଡ଼ରୁ ହଟାଇବ ବିଏମସି । ରାସ୍ତାକଡ଼ରୁ ହଟିବ ଅଚଳ ଗାଡ଼ି। ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଅଚଳ ହୋଇ ପଡ଼ିରହିଥିବା ଗାଡ଼ିକୁ ହଟାଇ ଦିଆଯିବ। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହ ଅଚଳ ହୋଇ ପଡ଼ିଥିବା ଗାଡ଼ି ଉପରେ ନୋଟିସ୍ ଲଗାଯାଇଛି ।

ଖାଲି ଅଚଳ ଗାଡ଼ି ନୁହେଁ, ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍‌ ଓ ବ୍ୟବହାର ହେଉନଥିବା ଟାୟାରକୁ ରାସ୍ତାରେ ବା ରାସ୍ତାପାଶ୍ୱର୍ରେ ରଖିହେବନି । ଦୀର୍ଘଦିନ ଧରି ରାସ୍ତା ଉପରେ ଏଭଳି ଗାଡ଼ି ଓ ଅବ୍ୟବହୃତ ସାମଗ୍ରୀ ରଖିବା ଯୋଗୁ ପରିମଳ ସ୍ଥିତି ଖରାପ ହେଉଛି । ରାସ୍ତା ସଫା କରିବାରେ ସଫେଇ କର୍ମୀ ସମସ୍ୟା ଭୋଗୁଛନ୍ତି । ରାସ୍ତାରେ ଅଚଳ ଗାଡ଼ି ରହିବା ଯୋଗୁ ସେହି ଅଞ୍ଚଳ ବଣ, ବୁଦା ପାଲଟୁଛି । ଏହା ଅଞ୍ଚଳର ସୌନ୍ଦର୍ଯ୍ୟ ଖରାପ କରୁଛି । ଏହାକୁ ନେଇ ବିଏମ୍‌ସି କଠୋର ହୋଇଛି । ଏଭଳି ଗାଡ଼ି ରଖୁଥିବା ମାଲିକଙ୍କୁ ତାଗିଦ୍‌ କରାଯିବ । ସେମାନଙ୍କୁ ୭ ଦିନିଆ ନୋଟିସ୍‌ ଦେବ ବିଏମ୍‌ସି । ଏହି ସମୟ ଭିତରେ ଗାଡ଼ି ନ ଉଠାଇଲେ ବିଏମ୍‌ସି ଆସି ଏହି ଗାଡ଼ି ଉଠାଇ ନେବ । ଗୁରୁବାର ଭୋଇନଗରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ବିଏମ୍‌ସି କର୍ମଚାରୀ ରାସ୍ତା ଉପରେ ଥିବା ଏକ ଅବ୍ୟବହୃତ ଗାଡ଼ି ଉଠାଇବାକୁ ନୋଟିସ୍‌ ଝୁଲାଇଛନ୍ତି । ସେହି ଗାଡ଼ି ଉପରେ ହିଁ ନୋଟିସ୍‌ ଝୁଲାଯାଇଛି ।

Exit mobile version