Site icon ଆଜିକାଲି

ସ୍ୱଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ପାଇଁ ବିଏମସିର ‘ସଫା’ ଆପ୍

ଭୁବନେଶ୍ବର : ଭୁବନେଶ୍ୱରକୁ ସଫାସୁତୁରା ରଖିବା ପାଇଁ ଆଉ ଏକ ପଦକ୍ଷେପ। ଏଣିକି ଅଳିଆ ଗାଡ଼ିକୁ ଟ୍ରାକ କରିବ ‘ସଫା’ ଆପ୍ । ସ୍ବଚ୍ଛତା ଅଭିଯାନକୁ ଅଧିକ ବ୍ୟବସ୍ଥିତ ଓ କ୍ରିୟାଶୀଳ କରିବାକୁ ବିଏମସି ପକ୍ଷରୁ ‘ସଫା’ ଆପର ଟ୍ରାଏଲ ରନ୍ ଆରମ୍ଭ ହୋଇଛି । ପ୍ରତି ଘରେ ଲାଗିବ କ୍ୟୁଆର୍ କୋଡ । ଜିପିଏସ ଯୋଗେ ଏହା ଅଳିଆ ଗାଡ଼ି ବା ମୁଁ ସଫେଇବାଲା ଗାଡ଼ିକୁ ଟ୍ରାକ କରିବ ।

ଭୁବନେଶ୍ୱର ମହାନଗର ନିଗମ – ବିଏମସିର ୱାର୍ଡ ନମ୍ବର ୪୦ ଅଧୀନ ୟୁନିଟ-୧ ସରକାରୀ କଲୋନୀରୁ ପରୀକ୍ଷାମୂଳକ ଭାବେ ଏହି ସଫା ଆପ୍ ଡେମୋ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଭୁବନେଶ୍ୱରର ସବୁ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ସଫା ଆପ୍ କ୍ୟୁ-ଆର୍ କୋଡ । ଏହି ଆପ୍ ଯୋଗେ ଲୋକେ ବିଏମସିର ବିଭିନ୍ନ ସେବା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ସହ ଅଭିଯୋଗ ମଧ୍ୟ କରିପାରିବେ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ସଫା ଆପ୍‌ର ଡେମୋ ଆରମ୍ଭ ହୋଇଛି ।

Exit mobile version