କେନ୍ଦୁଝର, ଭାରତୀୟ ମଜଦୁର ସଂଘ ର ସପ୍ତଦଶ ତ୍ରୟବାର୍ଷିକ ଅଧିବେଶନ ଚଳିତ ବର୍ଷ ଶିଳ୍ପ ସମୃଦ୍ଧ ଜିଲ୍ଲା କେନ୍ଦୁଝରରେ ଅନୁଷ୍ଠିତ ହେବାକୁ ଯାଉଛି । ଶ୍ରମିକ ମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଓ ସମାଜରେ ଶ୍ରମିକ ସ୍ଵାଭିମାନ ସହିତ ମୁଣ୍ଡଟେକି ବଞ୍ଚିବାର ପାଇଁ ଭାରତୀୟ ମଜଦୁର ସଂଘ କାର୍ଯ୍ୟକରି ଆସୁଛି। ଯାହା କିଛି ଶ୍ରମିକ ମାନଙ୍କୁ ମିଳିଛି ତାହା ନିରବଛିନ୍ନ ଭାବେ ଆନ୍ଦୋଳନ ଓ ଜାଗରଣ କାରଣରୁ ସମ୍ଭବ ହୋଇଥିବା କହିଛି ଭାରତୀୟ ମଜଦୁର ସଂଘ । ରାଜ୍ୟ ଓ ରାଜ୍ୟ ବାହାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ରାଜ୍ୟର ବିକାଶରେ ଯୋଗଦାନ ଅତୁଳନୀୟ ଓ ଅବିଶ୍ଵାସନୀୟ ହୋଇଥିବା ବେଳେ ରାଜ୍ୟ ସରକାର ଶ୍ରମିକ ମାନଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ଶ୍ରମିକ ମାନଙ୍କୁ ପ୍ରତ୍ୟକ ପରିସ୍ଥିତିରେ ଉପେକ୍ଷା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛି ଭାରତୀୟ ମଜଦୁର ସଂଘର । ରାଜ୍ୟରେ ସରକାର ସ୍ଥାୟୀ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ନକରି ପ୍ରତ୍ୟେକ କ୍ଷେତ୍ରରେ ଠିକା କର୍ମଚାରୀ ଓ ସ୍କିମ ୱାର୍କର ନିୟୋଜନ କରି ଶ୍ରମିକ ଶୋଷଣ ବୃଦ୍ଧି ସହିତ ଠିକା ସଂସ୍ଥା ମାନଙ୍କୁ କୋଟିପତି କରିବାରେ ଲାଗିଛନ୍ତି । ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ ସ୍କିମ ୱାର୍କର ମାନକୁ
ବ୍ୟବହାର କରୁଛନ୍ତି ଅଥଚ ବେତନ ଓ ସୁବିଧା କଥା ଉଠିଲେ ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଛନ୍ତି । କେନ୍ଦୁଝର ଜିଲ୍ଲାରେ ଅନେକ ଖଣି ଖଦାନ ଥିବା ସତ୍ତ୍ବେ ଖଣି ବିସ୍ଥାପିତ ଜମିହରା ପ୍ରଜା ସମସ୍ତ ସାମ୍ବିଧାନିକ ଅଧିକାର ରୁ ବଞ୍ଚିତ ହେଉଛନ୍ତି। ଜାଣି ଶୁଣି ସ୍ଥାନୀୟ ଉଚ୍ଚ ଶିକ୍ଷିତ ଯୁବକ ଯୁବତୀଙ୍କୁ ନିଯୁକ୍ତିରୁ ବଞ୍ଚିତ କରା ଯାଉଛି, ଫଳତଃ ରାଜ୍ୟର ଲୋକେ ଅନ୍ୟ ରାଜ୍ୟକୁ ରୋଜଗାର ନିମିତ୍ତ ଯିବା ପାଇଁ ନିଜ ଭିଟାମାଟି ଛାଡିବାକୁ ବାଧ୍ୟ ହେଉଛନ୍ତି। ଖଣିଜ ସମ୍ପଦ ଓ ପ୍ରାଚୁର୍ଯରେ ଭରା ରାଜ୍ୟରେ ଭିଭିଭୂମି ବିକାଶ ଅଭାବ କାରଣରୁ ନାଗରିକ ମାନେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା ଅତ୍ୟନ୍ତ ଲଜ୍ଜା ଜନକ ବିଷୟ ହୋଇଛି କହିଛନ୍ତି ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ । ଓଡିଶା ସରକାର ଏକ ପ୍ରକାର ଶ୍ରମିକ ବିରୋଧୀ ପୁଞ୍ଜିପତି ସମର୍ଥକ ଭାବେ କାର୍ଯ୍ୟ କରୁଛନ୍ତି। ଶ୍ରମିକ ଛଟେଇ ଓ ଆଞ୍ଚଳିକ ଲୋକଙ୍କୁ ରୋଜଗାର ପ୍ରଦାନ କ୍ଷେତ୍ରରେ ଶିଳ୍ପପତି ଓ ପୁଞ୍ଜିପତି ମାନଙ୍କ ହାତବାରିଶି ସାଜିଛନ୍ତି । ଭାରତୀୟ ମଜଦୁର ସଂଘ ସରକାରଙ୍କ ଏତାଦୃଶ୍ୟ ଶ୍ରମିକ
ସମାଜ ବିରୋଧୀ ମନୋଭାବ କୁ ନିନ୍ଦା କରୁଛି। ଭାରତୀୟ ମଜଦୁର ସଂଘ କେନ୍ଦୁଝର ମଧ୍ୟମରେ ଆଗାମୀ ଆନ୍ଦୋଳନ ର ରଣନୀତି ଓ ଶ୍ରମିକ ମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ ଅନେକ ପ୍ରସ୍ତାବ ଏହି ଅଧିବେଶନ ରେ ଆଗତ କରିବାକୁ ସ୍ଥିର କରାଯାଇଥିବା କହିଛନ୍ତି ବିନୟ କୁମାର ତ୍ରିପାଠୀ । ସଂଗଠନ ର ଜିଲ୍ଲା ସଭାପତି ନିହାରରଞ୍ଜନ ମିଶ୍ର ଅତିଥି ପରିଚୟ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ଭାରତୀୟ ମଜଦୁର ସଂଘ ର ରାଷ୍ଟ୍ରୀୟ ସଭାପତି ହିରଣ୍ମୟ ପାଣ୍ଡା,କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଗିରଶ ଚନ୍ଦ୍ର ମହାନ୍ତ, ରାଜ୍ୟ ସଭାପତି ବିଏମଏସ ପୃଥିରାଜ ପଣ୍ଡା , ରାଜ୍ୟ ସାଧାରଣ ସମ୍ପାଦକ ବିନୟ କୁମାର ତ୍ରିପାଠୀ,ସୁମିତା ମହାପାତ୍ର, ଶ୍ରୀନିବାସ ରାଓ, ଡାକ୍ତର ମହାନ୍ତ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କୁ ଶ୍ରମିକ ସମସ୍ୟା ଉପରେ ଦୃଷ୍ଟିପାତ କରିଥିଲେ।