Site icon ଆଜିକାଲି

ଭାରତୀୟ ମଜଦୂର ସଂଘ ର କେନ୍ଦୁଝର ଜିଲ୍ଲାରେ ବିଶାଳ ଶ୍ରମିକ ସମାବେଶ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କେନ୍ଦୁଝର, ଆଜି କେନ୍ଦୁଝର ଜିଲ୍ଲାରେ ଭାରତୀୟ ମଜଦୂର ସଂଘ ର ନଭେମ୍ବର ପନ୍ଦର ରେ ଭୁବନେଶ୍ୱର ଚାଲ ର ପ୍ରସ୍ତୁତି ପାଇଁ ବୈଠକ ଶେଷ ହୋଇଛି। କେନ୍ଦୁଝର ସ୍ଥିତ ସହିଦ ସଦନ ଠାରେ ବୈଠକ ହୋଇ ଥିଲା । ଜିଲ୍ଲା ର ସମସ୍ତ ସଂଗଠନ ଯୋଗ ଦେଇ ଥିଲେ । ଆଶାକର୍ମୀ ର ରାଜ୍ୟ ସମ୍ପାଦିକା ଧରିତ୍ରୀ ବାରିକ୍ ଜିଲ୍ଲାର ସମସ୍ତ ଆଶା କର୍ମୀ ଭୁବନେଶ୍ୱର ଚାଲ ଅଭିଯାନ ରେ ସାମିଲ ହେବାକୁ ନିର୍ଦ୍ଧେଶ କରିଥିଲେ । ଅଙ୍ଗନୱାଡି କର୍ମୀ ର ରାଜ୍ୟ ସମ୍ପାଦିକା ମମତା ବେହେରା ସମସ୍ତ ଅଙ୍ଗନୱାଡି ଦିଦିଙ୍କୁ ସମାବେଶ ରେ ସାମିଲ ହେବାକୁ ଜଣେଇ ଥିଲେ । ଉଜଳା ଦିଦି ସଂଘ ର ରାଜ୍ୟ ସମ୍ପାଦିକା ବୀଣାପାଣି ବେହେରା ଯୋଗ ଦେଇ ଥିଲେ । ସେଇଭଳି ଆଇ ସି ଆର ପି,ଗାଁ ସାଥି ,ୱାର୍ଡ ମେମ୍ବର , ସିକ୍ୟୁରିଟୀ ,ପାଚିକା ,ମାଇନ୍ସ ,ପ୍ଲାଣ୍ଟ ,ଭି ଆର ପି , ଅଟୋ ଚାଳକ , ସଫେଇ କର୍ମଚାରୀ, ଆଉଟ୍ ସର୍ଶିଂ ୱାର୍କର ଏବଂ ଏଇଭଳି ବହୁ ସଂଗଠନ ଯୋଗ ଦେଇ ଥିଲେ ।
ଭାରତୀୟ ମଜଦୂର ସଂଘ କେନ୍ଦୁଝର ଜିଲ୍ଲାର ସଭାପତି ମାନନୀୟ ନିହାର ରଞ୍ଜନ ମିଶ୍ର ଙ୍କ ସଭାପତିତ୍ବ ରେ ବୈଠକ ଆରମ୍ଭ ହୋଇ ଥିଲା । ମୁଖ୍ୟ ଅତିଥି ଭା. ମ. ସ .ର ରାଜ୍ୟ ସମ୍ପାଦକ ମାନନୀୟ ଡାକ୍ତର ମହାନ୍ତ ସମସ୍ତଙ୍କୁ କାର୍ଯ୍ୟ ପନ୍ଥା ର ଗୁରୁତପୂର୍ଣ୍ଣ ବିଷୟ ରଖି ଥିଲେ ,ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ରାଜ୍ୟ ସମ୍ପାଦିକା ଧରିତ୍ରୀ ବାରିକ , ଭା .ମ. ସ. କେନ୍ଦୁଝର ଜିଲ୍ଲାର ଜିଲ୍ଲା ସମ୍ପାଦକ ବାବୁଲାଲ ମହାନ୍ତ ସରକାରଙ୍କୁ ଚାରି ଦଫା ଦାବି ବୁଝାଇ ଥିଲେ , ଜିଲ୍ଲା ସହ ସମ୍ପାଦକ ଚନ୍ଦନ ବୈପାଇ , ଭା .ମ .ସ.ଜିଲ୍ଲା ସହ ସମ୍ପାଦିକା ଦମୟନ୍ତୀ ନାଏକ ,ମନୋଜ ପଟେଲ , ବିଶ୍ୱଜିତ୍ ପଣ୍ଡା , ବିଶ୍ବଭୂଷଣ ବେହେରା , ଲମ୍ବଧର ମହାନ୍ତ , ପ୍ରମିଳା ମହାନ୍ତ ଏବଂ ସମସ୍ତ ପଦାଧିକାରୀ ବୈଠକ ରେ ଉପସ୍ଥିତ ଥିଲେ । ଶେଷରେ ବୀଣାପାଣି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Exit mobile version