Site icon ଆଜିକାଲି

ବି.ଏନ୍.ଆଇ. ଗ୍ରେଟର ଓଡ଼ିଶାର ପ୍ରଥମ ୱାନ୍ ଟୁ ୱାନ୍ କନକ୍ଲେଭ୍, ଯୋଗଦେଲେ ୨୦୦ରୁ ଉର୍ଦ୍ଧ୍ବ ସଦସ୍ୟ

କଟକ : ବିଜନେସ୍ ନେଟ୍ୱାର୍କ ଇଂଟର ନ୍ୟାସ୍ନାଲ ବା ବି.ଏନ.ଆଇ. ଗ୍ରେଟର୍ ଓଡ଼ିଶାର ପ୍ରଥମ ୱାନ୍ ଟୁ ୱାନ୍ କନକ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଶନିବାର କଟକ ତ୍ରିଶୁଳିଆସ୍ଥିତ ସରସ୍ୱତୀ ଇନଷ୍ଟିଚ୍ୟୁଟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

କଟକ ବି.ଏନ.ଆଇ.ଆର୍ଚିଭର ସଂଗୀତ ଗୁପ୍ତା ଏବଂ କଟକ ବିଏନଆଇ ଡେଜେଲସ୍ର ଭବାନୀ ମହାନ୍ତି ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ବି.ଏନ.ଆଇ. ଗ୍ରେଟର୍ ଇଣ୍ଡିଆର ଡିଷ୍ଟିକ୍ ଡାଇରେକ୍ଟର ବିମଲ୍ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହି ସଂଗଠନର ବ୍ୟବସାୟ ଆର୍ନ୍ତଜାତିକ ସ୍ତରରେ ଖ୍ୟାତି ଲାଭ କରିପାରିଛି । ଏହା ଏକ ବିଶ୍ୱସ୍ତରୀୟ ନେଟ୍ୱାର୍କିଂ ସଂସ୍ଥା ହୋଇଥିବା ବେଳେ ବ୍ୟବସାୟୀ ଏବଂ ଉଦ୍ୟୋଗବିତ୍ ମାନଙ୍କୁ ସ୍ଥାନୀୟ ଅଂଚଳର ବ୍ୟବସାୟ ବୃଦ୍ଧି କରିବା ପାଇଁ ସୁନ୍ଦର ପ୍ଲାଟଫର୍ମ ବୋଲି ଯୋଗାଇ ଦେଇଛି ବୋଲି କହିଥିଲେ । କଟକ ଡିସିପି ଶ୍ରୀଯୁକ୍ତ କନ୍ୱର ବିଶାଲ ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ରହ୍ମପୁର ବି.ଏନ.ଆଇ. ଭିନଟେଜ୍ ବୋର୍ଡ଼ର ସଦସ୍ୟ ଶ୍ରୀନିବାସ ପୃଷ୍ଟି, ବି.ଏନ.ଆଇ. ଗ୍ରେଟର୍ ଓଡ଼ିଶାର କାର୍ଯ୍ୟକାରୀ ନିର୍ଦ୍ଦେଶିକା ସୁନୀତା ମହାନ୍ତି, ନମ୍ରତା ସାମଲ ଓ ପ୍ରଦୀପ ଅଗ୍ରୱାଲ, ବି.ଏନ.ଆଇ. ବାଲେଶ୍ୱରର ଆଂଚଳିକ ନିର୍ଦ୍ଦେଶକ ମହମ୍ମଦ ଶାଦ୍ ହାସମୀ, ଦିବ୍ୟଜ୍ୟୋତି ମହାନ୍ତି, ଦେବଜ୍ୟୋତି ଦାଶ୍ ମହାପାତ୍ର, ବିଏନଆଇ ବ୍ରହ୍ମପୁରର ଆଂଚଳିକ ନିର୍ଦ୍ଦେଶକ ପରବିନ୍ଦର ସିଂ ଏବଂ ପ୍ରବକ୍ତା ସ୍କନ୍ଦତ୍ୟାଗୀ ଓ ଗୌରବ ଟେକ୍ରିୱାଲ ପ୍ରମୁଖ ଯୋଗ ଦେଇ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିବା ୱାନ୍ ଟୁ ୱାନ୍ କନକ୍ଲେଭ୍ ଆୟୋଜନ ସଂପର୍କରେ ନିଜ ନିଜର ସୁଚନ୍ତିତ ମତାମତ ରଖିଥିଲେ । ଏହି ଅବସରରେ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ପ୍ରଥମ ଥର ପାଇଁ ଗୋଲଡ଼ କ୍ଲବରେ ସାମିଲ୍ ହୋଇଥିବା ବି.ଏନ.ଆଇ. ଧନୁଷର ସଭାପତି, ଉପସଭାପତି, ସଂପାଦକ ଏବଂ ଏଲଭିଏଚ୍ ମାନଙ୍କୁ ବି.ଏନ.ଆଇ. ଇଣ୍ଡିଆର ଡିଷ୍ଟିକ୍ ଡାଇରେକ୍ଟର ବିମଲ୍ ସାମଲ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଏବଂ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଏନଆଇ ବାରଂଗ ବୋର୍ଡ଼ର ସଦସ୍ୟ ଏମ୍. ତେଜେଶ୍ୱର ରାଓ, ବି.ଏନ.ଆଇ. ଧନୁଷ୍ ବୋର୍ଡ଼ର ସଦସ୍ୟ ନିଖିଲ ଖଣ୍ଡେଲୱାଲ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version