Site icon ଆଜିକାଲି

ଅଧ୍ୟକ୍ଷକଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି, ନଭେମ୍ବର ୧୫ସୁଦ୍ଧା ସିସିଟିଭି ନ ଲାଗିଲେ ବାତିଲ ହେବ ପରୀକ୍ଷା

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୫ ତାରିଖ ସୁଦ୍ଧା ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏଥିସହ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭି ସବୁ କାର୍ଯ୍ୟକ୍ଷମ ଅଛି କି ନାହିଁ ତାହାର ରିପୋର୍ଟ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ୨୦୨୫ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଫାଇନାଲ ପରୀକ୍ଷା ପାଇଁ ହାତରେ ଆଉ ୪ମାସ ବାକି ରହିଥିବାରୁ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଫୁଟେଜ ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଯେଉଁ ବିଦ୍ୟାଳୟ ଧାର୍ଯ୍ୟ ସମୟରେ ନିର୍ଦେଶ ପାଳନ ନକରିବେ ସେଠାରେ ପରୀକ୍ଷା ବାତିଲ କରିବାକୁ ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି।

Exit mobile version