Site icon ଆଜିକାଲି

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡିଲା ଡଙ୍ଗା; ଜଣେ ନିଖୋଜ, ୨ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡିଯାଇଛି । ଡଙ୍ଗାରେ ଥିବା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛି । ସିଙ୍ଗାରାମ ନିକଟରେ ମାଛ ଧରୁଥିଵା ବେଳେ ହଠାତ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡ଼ିଯାଇଥିଲା । ଡଙ୍ଗାରେ ଥିବା ସମସ୍ତ ତିନି ବ୍ୟକ୍ତି ଡାଇକ୍‌-୩ ଗାଁର ବାସିନ୍ଦା ବୋଲି ସୂଚନା ମିଳିଛି। ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Exit mobile version