Site icon ଆଜିକାଲି

ଗାଁ ମୁଣ୍ଡରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ, ହତ୍ୟା ପରେ ଫିଙ୍ଗି ଦେଇଥିବା ଅନୁମାନ

ବୌଦ୍ଧ : ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଲୁମୁରଜୁନା ଗ୍ରାମରେ ଏକ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସୂଚନା ମିଳିଛି । ଗାଁ ମୁଣ୍ଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହଟିକୁ ଉଦ୍ଧାର କରାଯାଇଛି । ମୃତକ ଜଣକ ମନମୁଣ୍ଡା ଥାନା ଲୁମୁରଜୁନା ଗ୍ରାମର ସମାରୁ ଗେଜା ।

ସମାରୁ ଗୁରୁବାର ଗାଈ ଚରାଇବାକୁ ଗ୍ରାମ ପଡିଆକୁ ଯାଇଥିବା ବେଳେ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ତେବେ ପରିବାର ଲୋକେ ବହୁତ୍ ଖୋଜା ଖୋଜି କରିବା ପରେ ମଧ୍ୟ ସମାରୁଙ୍କୁ ପାଇନଥିଲେ । ଯାହା ଫଳରେ ପରିବାର ଲୋକେ ମନମୁଣ୍ଡା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ଆଜି ଖୋଜା ଖୋଜି କରିଥିବା ବେଳେ ସମାରୁଙ୍କୁ ଗାଁ ମୁଣ୍ଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ତେବେ ସମାରୁଙ୍କୁ କେହି ଦୃବୁର୍ତ୍ତ ହତ୍ୟା କରି ଫିଙ୍ଗି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ତେବେ ଏଭଳି ଏକ ନିର୍ମମ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ୍ ଶବକୁ ଜବତ କରିବା ସହିତ ହତ୍ୟାର କାରଣ ଏବଂ ହତ୍ୟାକାରୀ କିଏ ସେ ନେଇ ତଦନ୍ତ ଆରମ୍ଭ କରିଛି ।

Exit mobile version