Site icon ଆଜିକାଲି

ରାସ୍ତାକଡ଼ ଗଛରେ ଝୁଲୁଛି ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ଜୟପୁର : କୋରାପୁଟ ଜିଲା ଜୟପୁର ଅଞ୍ଚଳରେ ରାସ୍ତାକଡ଼ ଗଛରେ ଝୁଲୁଛି ମୃତଦେହ । ବର୍ତ୍ତମାନ ସୁଦ୍ଧା ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଯେ, ଜୟପୁର ପଞ୍ଚାନନ ମନ୍ଦିର ଠାରୁ ଜୟନଗର ଯିବା ରାସ୍ତା କଡର ଏକ ଗଛରେ ଝୁଲୁଛି ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିଲା । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ମୃତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା ପରେ ତାଙ୍କୁ ଟାଙ୍ଗି ଦେଇଛି ତାହା ଏବେବି ଅସ୍ପଷ୍ଟ ।

Exit mobile version