Site icon ଆଜିକାଲି

ପୋଖରୀରୁ ପୂର୍ବତନ ନାଏବ ସରପଞ୍ଚଙ୍କ ମୃତଦେହ ଉଦ୍ଧାର

ପାଟଣା : ପୂର୍ବତନ ମହିଳା ନାଏବ ସରପଞ୍ଚଙ୍କ ମୃତଦେହ ଉଦ୍ଧାର । ପୋଖରୀରେ ଭାସୁଥିଲା ନିଖୋଜ ପୂର୍ବତନ ମହିଳା ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ମୃତଦେହ । କେନ୍ଦୁଝର ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି ।

ସୂଚନା ଯେ, ଖିରେଇଟାଙ୍ଗୀରୀ ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଲକ୍ଷ୍ମୀପ୍ରିୟା ମହାନ୍ତ ଦୁଇ ଦିନ ହେବ ନିଖୋଜ ଥିଲେ । ଲକ୍ଷ୍ମୀପ୍ରିୟା ଓ ସ୍ଵାମୀ ଗିରିଧାରୀ ମହାନ୍ତଙ୍କ ମଧ୍ୟରେ ବିଭିନ୍ନ ସମୟ ସମୟରେ କଳହ, ଝଗଡ଼ା ଲାଗି ରହୁଥିଲା । ୨ ଦିନ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଲକ୍ଷ୍ମୀପ୍ରିୟା ଘରୁ କେଉଁଆଡ଼େ ଚାଲି ଯାଇଥିଲେ ।

ତେବେ ବହୁ ଖୋଜାଖୋଜି ପରେ ଗତକାଲି ରାତିରେ ପୋଲିସ ଓ ଦମକଳ ବାହିନୀ ଗାଁ ପୋଖରୀରୁ ଲକ୍ଷ୍ମୀପ୍ରିୟାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ବ୍ୟବଛେଦ ପାଇଁ ପଠାଇବା ସହ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ପୋଲିସ ।

Exit mobile version