Site icon ଆଜିକାଲି

ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

ଆନନ୍ଦପୁର : ଆନନ୍ଦପୁର ବୈତରଣୀ ନଦୀର ରିଙ୍ଗବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଏକ କୃଷ୍ଣଚୁଡା ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରଛି ପୋଲିସ । ମୃତ ଯୁବକ ଜଣଙ୍କ କିଏ ତାହା ଏଯାଏଁ ଜଣାପଡିନି । ଏହା ହତ୍ୟା ନା ଆଚ୍ମହତ୍ୟା ଜଣାପଡିନି । ଖବର ପାଇ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ସୂଚନା ଥାଉକି, ବୈତରଣୀ ନଦୀର ରିଙ୍ଗବନ୍ଧ ରାସ୍ତା ପାର୍ଶ୍ୱରେ ଜଣେ ଯୁବକଙ୍କ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ।

Exit mobile version